ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା କେତେ? କେଉଁ ଜିଲ୍ଲାରେ ରହୁଛନ୍ତି ଅଧିକ ବାଂଲାଦେଶୀ ଅନୁପ୍ରବେଶକାରୀ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ।

236

କନକ ବ୍ୟୁରୋ : ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା କେତେ? ଆଜି ବିଧାନସଭାରେ ଏହାର ଚାହିଁଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଓଡ଼ିଶାକୁ ଆସିଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ରାଜ୍ୟର କେଉଁ ଅଞ୍ଚଳରେ ରହୁଛନ୍ତି ଓ ଭୁବନେଶ୍ୱରରେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କର ସଂଖ୍ୟା କେତେ ବୋଲି ଲିଖିତ ଆକାରରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ତାରାଙ୍କ ଏହି ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଲିଖିତି ଉତ୍ତରରେ ତୁଷାରକାନ୍ତି କହିଛନ୍ତି ରାଜ୍ୟରେ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି । ଏମାନଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ରାଜ୍ୟର ବରଗଡ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମାଲକାନଗିରି, ନବରଙ୍ଗପୁର ଓ ରାଜଧାନୀ ଭୁବନେଶ୍ୱରର ୟୁପିଡିରେ ରହୁଛନ୍ତି । ସବୁଠୁ ବଡ କଥା ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ମଧ୍ୟରୁ ୧୭୧୧ ଜଣଙ୍କୁ ଦେଶାନ୍ତର ନୋଟିସ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଦେଶାନ୍ତର କରାଯାଇଥିବା କଥା ଉତ୍ତରରେ ଉଲ୍ଲେଖ ରହିଛି ।