ରାଜ୍ୟରେ ୩ ବର୍ଷରେ ୧୦, ୧୨୯ ଦୁଷ୍କର୍ମ ମାମଲା । ଗୃହରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ

103

କନକ ବ୍ୟୁରୋ : ରାଜ୍ୟରେ ୨୦୧୯ ୨୦୨୦ରୁ ଆଜି ଯାଏଁ ପ୍ରତିବର୍ଷ ରାଜ୍ୟରେ ନାବାଳିକା ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ଯୌତୁକଜନିତ ବୋହୂ ହତ୍ୟା, ନିର୍ଯାତନା ସାମ୍ନାକୁ ଆସୁଛି । ତେବେ ବର୍ଷୱାରୀ ଏବଂ ଜିଲ୍ଲାୱାରୀ କେତୋଟି ମାମଲା ହୋଇଛି ଏବଂ ଓଡିଶାର ସ୍ଥାନ କେତେ ରହିଛି ? ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ରାଜ୍ୟରେ ୩ବର୍ଷରେ ୧୦, ୧୨୯ ଦୁଷ୍କର୍ମ ମାମଲା ଆସିଛି । ୨୦୧୯ରୁ ୨୦୨୨ ଭିତରେ ୧୦, ୧୨୯ ଦୁଷ୍କର୍ମ ମାମଲା ଆସିଛି । ୫ହଜାର ୫୮୪ ନାବାଳିକା ଦୁଷ୍କର୍ମ ମାମଲା ଆସିଛି । ତେବେ ୨୦୧୯ରେ ୨୯୫୦ ଟି, ୨୦୨୦ରେ ୨୯୮୪, ୨୦୨୧ରେ ୩୩୨୭, ୨୦୨୨ରେ ୮୬୮ ମାମଲା ସାମ୍ନାକୁ ଆସିଛି । ସେହିଭଳି ୨୦୧୯ରେ ୧୬୩୫ , ୨୦୨୦ରେ ୧୬୪୬, ୨୦୨୧ରେ ୧୮୭୧, ୨୦୨୨ରେ ୪୩୨ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।