ହସ୍ପିଟାଲର ଦାୟିତ୍ୱହୀନତା ! ୭୭ଟି ଶବକୁ ଗୁପ୍ତରେ ଦାହ କଲେ ମେଡିକାଲ କର୍ମଚାରୀ ।

38

ପରିବେଶ ସୁରକ୍ଷା ଏବଂ ଧାର୍ମୀକ ମାନ୍ୟତାକୁ ଦୃଷ୍ଟିରେ ରଖି ଅପରିଚିତ ଶବ ଗୁଡିକୁ ଗୁପ୍ତରେ ଅନ୍ତିମ ସଂସ୍କାର କରିଥିବା ଭଳି ଏକ ନିନ୍ଦନୀୟ ମାମଲା ସାମ୍ନାକୁ ଆସିଛି । ଉଲବେଡିଆ ମହକମା ହସପିଟାଲରେ ଏପରି ଏକ ଦାୟିତ୍ୱହୀନତା ଘଟଣାର ଅଭିଯୋଗ ହୋଇଛି । ଏହି ହସ୍ପିଟାଲରେ ପ୍ରାୟ ୭୭ଟି ଅପରିଚିତ ଶବକୁ ଗୁପ୍ତଭାବରେ ଦାହ କରି ଦିଆଯାଇଛି । ଯାହା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଅଲବେଡିଆ ମହକମା ହସପିଟାଲରେ ଗତ ୬ମାସ ହେବ ୭୭ଟି ଶବ ଅଜ୍ଞାତ ଭାବରେ ପଡିରହିଥିଲା । ତେଣୁ ଗତ ଶନିବାର ବିଳମ୍ବିତ ରାତିରେ ଏହି ଶବ ଗୁଡିକୁ ହସ୍ପିଟାଲରୁ ଏକ ଟ୍ରକ ଯୋଗେ ବାହାର କରି ଉଲବେଡିଆର ଜଗଦିଶପୁର ସ୍ଥିତ ଶତମ୍ମୁଖୀ ଶ୍ମଶାନ ଘାଟକୁ ନିଆଯାଇଥିଲା । ଶ୍ମଶାନ ନିକଟରେ ପଦଞ୍ଚି ଅତି ଗୁପ୍ତ ଭାବରେ ରାତି ପ୍ରାୟ ୧୧ଟା ସମୟରେ ଶବ ଦାହ ପ୍ରକ୍ରିୟାକୁ ଆରମ୍ଭ କରାଯାଇଥିଲା । ଏତେ ପରିମାଣର ଶବ ଗୁଡିକୁ ଦାହ କରିବା ପାଇଁ ବହୁ ମାତ୍ରାରେ କାଠ ଏବଂ କିରୋସିନର ଆବଶ୍ୟକତା ପଡିଥିଲା । ଶବକୁ ଜଳାଇବା ପାଇଁ ଚିତା ଉପରେ ପ୍ରାୟ ୨୦ କୁଇଣ୍ଟାଲ କାଠ ଲଗା ଯାଇଥିଲା । ଏହାପରେ ଜୁଇରେ କିରୋସିନ ଢାଳି ଗୋଟେ ପରେ ଗୋଟେ ଶବକୁ ଜୁଇ ଉପରେ ଲଦି ନିଆଁ ଲଗାଯାଇଥିଲା ।

ଏକା ସାଙ୍ଗରେ ୭୭ଟି ଶବକୁ ଦାହ କରିବା କାରଣରୁ ଶ୍ମଶାନ ଘାଟର ଆଖପାଖ ଅଞ୍ଚଳରେ ତିବ୍ର ଗନ୍ଧ ସହିତ ଧୁଆଁ ମଧ୍ୟ ବ୍ୟାପିଥିଲା । ବାୟୁରେ ଏହି ଦୁର୍ଗନ୍ଧ ଯୁକ୍ତ ଧୁଆଁ ବ୍ୟାପିବା କାରଣରୁ ଆଖପାଖରେ ଥିବା ଲୋକେ ସନ୍ଦେହ କରି ଏହି ଘଟଣାର ପରଦାଫାସ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଶବଗୁଡିକ ସମ୍ପୁର୍ଣ୍ଣ ଭାବେ ଜଳିବା ପାଇଁ ପୁରା ୯ ଘଣ୍ଟା ଲାଗିଥିଲା । ଏହି ଘଟଣା ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ସେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ମିଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଲୋକମାନଙ୍କ ଯାହା କିଛି ଅଭିଯୋଗ ରହିଛି ତାହା ଲିଖିତ ଆକାରରେ ଦେଲେ ସେ ଏହା ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।