ହାଇକୋର୍ଟରେ ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ମାମଲା : ଶଙ୍କରାଚାର୍ଯ୍ୟଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ କୋର୍ଟଙ୍କ ନୋଟିସ୍

45

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲାରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କୁ ପକ୍ଷଭୁକ୍ତ କଲେ ହାଇକୋର୍ଟ । ଚଂଚକତା କରି ପୁରୀ ସ୍ୱର୍ଗଦ୍ୱାର ଜମିକୁ ହଡପ କରାଯାଇଥିବା ଅଭିଯୋଗରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ଅଭିଷେକ ଦାସ ନାମକ ଜଣେ ଯୁବକ ।

ଆଜି ଏହାକୁ ଶୁଣାଣି ପାଇଁ ଗ୍ରହଣ କରିବା ସହ କୋର୍ଟ ୧୦ ଜଣ ପ୍ରତିପକ୍ଷଙ୍କୁ ନୋଟିସ କରିଛନ୍ତି । ଆଉ ଏହାରି ଭିତରେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସମେତ ରହିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ । ଏଥିସହ କୋର୍ଟ ତାଙ୍କ ଅନ୍ତରୀଣ ନିର୍ଦ୍ଦେଶରେ କହିଛନ୍ତି ଯେ, ସ୍ୱର୍ଗଦ୍ୱାର ଜମିକୁ କାହାରିକୁ ବିକ୍ରି କରାଯାଇ ପାରିବ ନାହିଁ ।