ଚର୍ଚ୍ଚାରେ ମହେନ୍ଦ୍ର ସିଂହ ଧୋନିଙ୍କ ହେଲିକପ୍ଟର ସଟ ! ଜାଣନ୍ତୁ କାହାଠାରୁ ଶିଖିଥିଲେ ଧୋନି ଏହି ସଟ
ଟିମ୍ ଇଣ୍ଡିଆର ସଫଳତମ ଖେଳାଳି ମହେନ୍ଦ୍ର ସିଂହ ଧୋନି ନିଜର ଶାନ୍ତ ସ୍ୱଭାବ ଓ ହେଲିକାପ୍ଟର ସଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଧୋନିଙ୍କର ଏହି ହେଲିକପ୍ଟର ସଟ ପଛରେ କାହାର ହାତ ରହିଛି ବୋଲି । କ୍ରିକେଟ୍ ଜଗତରେ ମହେନ୍ଦ୍ର ସିଂହ ଧୋନିଙ୍କୁ ସବୁଠାରୁ ଭଲ ମ୍ୟାଚ୍ ଫିନିସର ବୋଲି କୁହାଯାଏ । ଆପଣ କେବେ ଚିନ୍ତା କରିଛନ୍ତି କି ଧୋନି ଏହି ସଟ କାହାଠାରୁ ଶିଖିଛନ୍ତି । ତେବେ ଆସନ୍ତୁ ଜାଣିବା ସେସଂପର୍କରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଫଟୋରେ ଧୋନିଙ୍କ ସହିତ ଆପଣ ଯାହାକୁ ଦେଖୁଛନ୍ତି ସେ ହେଉଛନ୍ତି ଧୋନିଙ୍କ ପିଲାବେଳର ବନ୍ଧୁ ସନ୍ତୋଷ ଲାଲ୍ । ଉଭୟେ ପିଲାବେଳରୁ ହିଁ ସାଥିହୋଇ କ୍ରିକେଟ୍ ଖେଳୁଥିଲେ । କ୍ରିକେଟ ପାଇଁ ସେମାନେ ଟେନିସ୍ ବଲର ବ୍ୟବହାର କରୁଥିଲେ । ତେବେ ସନ୍ତୋଷ ଜଣେ ନିର୍ଭିକ୍ ବ୍ୟାଟସମ୍ୟାନ ଥିଲେ ଆଉ ସନ୍ତୋଷ ହିଁ ଧୋନିଙ୍କୁ ଏହି ହେଲିକପ୍ଟର ସଟ ଖେଳିବା ଶିଖେଇଥିଲେ । ତେବେ ସବୁଠାରୁ ମଜା କଥା ହେଲା ଧୋନି ସନ୍ତୋଷଙ୍କଠାରୁ ଏହି ସଟ ଶିଖିବା ପାଇଁ ତାଙ୍କୁ ସବୁବେଳେ ଲାଂଚ ସ୍ୱରୂପ ସିଙ୍ଗଡା ଖାଇବାକୁ ଦେଉଥିଲେ । ଖାଲି ସେତିକି ନୁହେଁ ଯେତେବେଳେ ପ୍ରଥମ ଥର ସନ୍ତୋଷଙ୍କୁ ଏହି ସଟ ଖେଳୁଥିବାର ଧୋନି ଦେଖିଥିଲେ ସେତେବେଳେ ସେ ତାଙ୍କୁ ପଚାରିଥିଲେ ଆଉ ସନ୍ତୋଷ ତାଙ୍କୁ ଏହାର ନାଁ ‘ଚାପୁଡା ସଟ’ ବୋଲି କହିଥିଲେ ।
ତେବେ ସନ୍ତୋଷ ଏବଂ ଧୋନିଙ୍କ ସଂପର୍କ ପିଲାବେଳୁ ହିଁ ଘନିଷ୍ଠ ଥିଲା । ଦୁହେଁ ସାଥୀହୋଇ ରେଲୱେରେ କାମ ମଧ୍ୟ କରୁଥିଲେ । ମାତ୍ର ସନ୍ତୋଷ ପାଚନଗ୍ରନ୍ଥି ରୋଗରେ ପୀଡିତ ଥିଲେ । ଦିନେ ଧୋନିଙ୍କ ଟିମ୍ ଇଣ୍ଡିଆ ସହ ଟୁରରେ ଯିବାକୁ ଥିଲା ଆଉ ସେ ଜାଣିବାକୁ ପାଇଲେ କି ସନ୍ତୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ବୋଲି, ଏହାପରେ ଧୋନି ତୁରନ୍ତ ସନ୍ତୋଷଙ୍କ ପାଇଁ ରାଂଚିରୁ ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ମାତ୍ର ଖରାପ ପାଣିପାଗ କାରଣରୁ ହେଲିକପ୍ଟରକୁ ବାରଣାସୀରେ ଅବତରଣ କରିବାକୁ ପଡିଥିଲା ଆଉ ସନ୍ତୋଷ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମାତ୍ର ୩୨ ବର୍ଷ ବୟସରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା ।
ଧୋନି ଜଣେ ଷ୍ଟାର କ୍ରିକେଟର ହେବା ପରେ ମଧ୍ୟ କେବେ ନିଜ ବନ୍ଧୁଙ୍କୁ ଭୂଲି ନାହାଁନ୍ତି । ସେଥିପାଇଁ ତ ନିକଟରେ ଧୋନି ତାଙ୍କର ଜଣେ ବନ୍ଧୁ ଯିଏ କି କୋଲକତା ରେଳ ଷ୍ଟେସନରେ ଏକ ଚା ଦୋକାନ ଦେଇଛନ୍ତି, ତାଙ୍କ ସହ ରାତ୍ରି ଭୋଜନ କରିଥିବାର ଖବର ଶୁଣିବାକୁ ମିଳିଥିଲା ।
ସୌଜନ୍ୟ: ଆଜତକ୍