ଆକାଶରେ ଦୁର୍ଘଟଣା : ଯାନ୍ତ୍ରୀକ ତୃଟି ଯୋଗୁଁ ମୁମ୍ବାଇ ଗୋରେଗାଁଓରେ ଖସିପଡିଲା ହେଲିକପ୍ଟର

34

heliକନକ ବ୍ୟୁରୋ : ମୁମ୍ବାଇରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ମୁମ୍ବାଇ ଗୋରେଗାଓଁରେ ଦିନ ୧୨ଟା୩୦ସମୟରେ ଏହି ହେଲିକପ୍ଟର କ୍ରାସ ହୋଇଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଥିରେ ୨ଜଣ ପାଇଲଟ ଓ ୨ଜଣ ଯାତ୍ରୀ ଥିଲେ ।

କ୍ୟାପଟେନ ପି.କେ ମିଶ୍ର ଓ କ୍ୟାପଟେନ ଦେବେନ୍ଦ୍ର ସିଂହଙ୍କ ସମେତ ୨ଜଣ ଯାତ୍ରୀ ଜୁହୁ ଏୟାରପୋର୍ଟରୁ ବାହାରିଥିଲେ । ଏହି ଦୁର୍ଘଟଣାରେ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ହେଲିକପ୍ଟର ଦୁର୍ଘଟଣା ହେବାର ଠିକ୍ ପୂର୍ବରୁ ଯାନ୍ତ୍ରି ତ୍ରୁଟି ନେଇ ଏୟାର ଟ୍ରାପିକ କଂଟ୍ରୋଲ ରୁମକୁ ପାଇଲଟ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଛି ।

ମୁମ୍ବାଇ ଗୋରେଗାଓଁର ଏରେ ଅଂଚଳରେ ଦିନ ପ୍ରାୟ ୧୨ଟା ୩୦ ମିନିଟରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁଥିଲେ । ତେବେ ସେଠାରେ ଏକ ଜଳୁଥିବା ଅବସ୍ଥାରେ ଏକ ହେଲିକପ୍ଟରକୁ ଦେଖିବାକୁ ପାଇଥିଲେ । ଖବର ପ୍ରଚାର ହେବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚିଥିଲେ । ମୁମ୍ବାଇ ପୁଲିସ ଓ ଦମକଳ ବାହୀନି ଘଟଣାସ୍ଥଳରେ ପହଂଚିି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।

ସୂଚନା ଅନୁଯାୟୀ ୨ଜଣ ପାଇଲଟଙ୍କ ସମେତ ୨ଜଣ ମହିଳା ଯାତ୍ରୀ ଥିଲେ । ଆହତ ହୋଇଥିବା ଯାତ୍ରୀ ଓ ପାଇଲଟଙ୍କୁ ସ୍ଥାନୀୟ ସେଭେନ୍ ହିଲ୍ସ ହସ୍ପିଟାଲକୁ ନିଆଯାଇଥିଲା । ମୁମ୍ବାଇର ଜୁହୁ ଏୟାରପୋର୍ଟରୁ ଏମାନେ ବାହାରିଥିଲେ । ଆକାଶରେ ବୁଲି ଏମାନେ ମୁମ୍ବାଇ ମଜା ନେଉଥିଲେ ।