ରାଜ୍ୟରେ କମିବ ତାପମାତ୍ରା : ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି; ଜାଣନ୍ତୁ ଆଜି କେଉଁଠି ହେବ ବର୍ଷା ?

1,177

କନକ ବ୍ୟୁରୋ : ଆଜିଠୁ ରାଜ୍ୟ କମିବ ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାରୁ ତାପମାତ୍ରା କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିଛି । ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ଝାରସୁଗୁଡା, ବେବଗଡ଼, ଅନୁଗୁଳ ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ ।

ସେହିପରି ମେ ୨, ୩, ୪ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶରେ ବର୍ଷା ସମ୍ଭବନା ରହିଛି । ବର୍ଷା ଯୋଗୁଁ ୫ ତାରିଖ ଯାଏ ରାଜ୍ୟରେ ତାପମାତ୍ରା କମ ରହିବ । ୬ ତାରିଖରୁ ପୁଣି ଗରମ ବଢିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ରାଜଧାନୀରେ ଗତକାଲି ସର୍ବୋଚ ତାପାମାତ୍ରା ୩୯ ଦଶମିକ ୯ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୩୮ ଡିଗ୍ରୀ ଦଶମିକ ୮ ଡିଗ୍ରୀ, ଅନୁଗୁଳରେ ୩୮ ଦଶମିକ ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।