ବୃତ୍ତି ନୁହେଁ ନିଶା ! ୩୦ ବର୍ଷ ହେବ ବିଶାଳ ପନିପରିବା ଚାଷ କରି ସୃଷ୍ଟି କରିଛନ୍ତି ୱର୍ଲ୍ଡ ରେକର୍ଡ

36

କନକ ବ୍ୟୁରୋ : ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଭିନ୍ନ ଓ ନିଆରା କାମ କରିବାକୁ ପସନ୍ଦ କରନ୍ତି । ସେମିତି ଜଣେ ନିଆରା ବକ୍ତି ହେଉଛନ୍ତି ୟୁକେର ଏକ ଛୋଟିଆ ଗାଁ ଲାନହାରିର ବାସିନ୍ଦା ଫିଲିପ୍ସ ଭାୱେଲ୍ । ଫିଲିପ୍ସ, ୩୦ ବର୍ଷ ହେବ ବିଶାଳ ପନିପରିବା ଚାଷ କରି ସୃଷ୍ଟି କରିଛନ୍ତି ୱର୍ଲ୍ଡ ରେକର୍ଡ । ପଢନ୍ତୁ ଫିଲିପ୍ସଙ୍କ ଜିଆଂଟ୍ ଭେଜିଟେବୁଲ୍ ବା ବିଶାଳ ପନିପରିବା ଚାଷର ପ୍ରଣାଳୀ ।

ଫିଲିପ୍ସଙ୍କ କହିବା କଥା ଏହି ବିଶାଳ ପରିବା ଚାଷ କରିବା ପାଇଁ ସେ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ କୌଶଳ ଆପଣେଇ ଥାନ୍ତି । ସେ ନିଜ ସଂଗୃହିତ ବଛା ବଛା ମଂଜିକୁ ନେଇ ଚାଷ କରନ୍ତି । ନିଜ ହାତରେ ପ୍ରତ୍ୟେକ ଦିନ ସେ ସବୁ ପରବା ଗଛର ଯତ୍ନ ନେଇଥାନ୍ତି । ସେ ନିଜ ପ୍ରାୟ ସମୟ ପରିବା ଚାଷ କରିବାରେ ହିଁ ବିତାଇଥାନ୍ତି । ପରିବା ଗୁଡିକ ସହ କଥା ବି ହୁଅନ୍ତି । ସେମାନଙ୍କୁ ବଢିବା ପାଇଁ କୁହନ୍ତି । ଗାଜର୍, ମୂଳା, ପିଆଜ, କଖାରୁ, ବନ୍ଧାକୋଲି ଏବଂ ମରୋ ଭଳି ଏକାଧିକ ବିଶାଳ ପରବା ନିଜ ହାତରେ ଚାଷ କରି ବଢାଇଥାନ୍ତି ।

ଗତ ୨୫ ବର୍ଷ ଧରି ଫିଲିପ୍ସଙ୍କ ଏହି ରେକର୍ଡ କେହି ବି କାଟି ପାରି ନାହାଁନ୍ତି । ନିଜର ଏହି ଅଭ୍ୟାସକୁ ସେ ନିଜ ପରପିଢୀ ନାତି, ନାତୁଣୀମାନଙ୍କ ସହ ବାଂଟୁଛନ୍ତି ଫିଲିପ୍ । ଫିଲିପ୍ସଙ୍କ ଅନୁସାରେ ତାଙ୍କ ଦ୍ୱାରା ଉତ୍ପାଦିତ ବିଶାଳ ପରିବା ଏକାବେଳେ ବଡ ପରିବାର ପାଇଁ ଲାଭ ଦାୟକ । ଏହି ବିଶାଳ ପରିବା ଗୁଡିକର ସ୍ୱାଦ, ସାଧାରଣ ପରିବା ସ୍ୱାଦ ଠାରୁ ବିଲକୁଲ୍ ବି ଭିନ୍ନ ନୁହେଁ । ଫିଲିପ୍ ନିଜର ଏହି ବିଶାଳ ପରିବା ସବୁ ପାଖରେ ଥିବା ଏକ ହୋଟେଲ୍କୁ ବିକ୍ରି କରିଥାନ୍ତି । ଏହି ଜିଆଂଟ୍ ଭେଜିଟେବୁଲ୍ ଚାଷ କରିବା ଫିଲିପ୍ସଙ୍କ କେବଳ ବୃତ୍ତି ନୁହେଁ ତାଙ୍କ ନିଶା ।