ତୈଳାକ୍ତ ତ୍ୱଚା ପାଇଁ ସିରମ୍ : ବରଦାନ ନାଁ ଅଭିଶାପ !

49

ଆମେ ମୁହଁରେ ସାଧାରଣତଃ ସିରମ୍ ଏଥିପାଇଁ ବ୍ୟବହାର କରିଥାଉଁ, କାରଣ ଏଥିରେ ଆଂଟି ଏଜିଂ ଏବଂ ମଶ୍ଚରାଇଜିଂ ଉପାଦାନ ଭରପୂର ମାତ୍ରାରେ ରହିଥାଏ ଆଉ ଏହା କେବଳ ଶୁଷ୍କ ତ୍ୱଚା ପାଇଁ ହିଁ ବ୍ୟବହାର କରାଯାଇଥାଏ । ଯେଉଁଥିପାଇଁ ଏହା ବଜାରରେ ମିଳୁଥିବା ବାକି କ୍ରିମମାନଙ୍କ ତୁଳନାରେ ବହୁତ ମହଙ୍ଗା ହୋଇଥାଏ ।

ସିରମ୍ ତ୍ୱଚାକୁ ଭଲଭାବେ ଭେଦ କରିଥାଏ । ଏହା ଏକ ହାଲୁକା ତଥା ତରଳ ପଦାର୍ଥ ଅଟେ । ମାତ୍ର ବର୍ତ୍ତମାନ ସମୟରେ ଏହା ବିଭିନ୍ନ ରୂପରେ ବଜାରରେ ଉପଲବ୍ଧ । କିଛି ସିରମ୍ ରହିଛି ଯାହା ପାଣି ଆକାରରେ ଉପଲବ୍ଧ ହୋଇଥାଏ । ସେହିପରି ଆଉ କିଛି ସିରମ୍ ହାଲୁକା ଅଠାଳିଆ ନଲାଗିବା ଭଳି ଓ ଏଥିରେ ତୈଳାକ୍ତ ତ୍ୱଚାକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥାଏ ।

ସିରମ୍ ଏବଂ କ୍ରିମ୍:

• ସିରମ୍ ଏବଂ ଅନ୍ୟ କ୍ରିମମାନଙ୍କରେ ସବୁଠାରୁ ବଡ ଅନ୍ତର ହେଲା ସିରମରେ ଥିକନର ନଥାଏ ।

• ଏଥିରେ ଏଭଳି ପ୍ରଭାବକାରୀ ଉପାଦାନମାନ ମିଶିକରି ରହିଥାଏ କି ଯାହା ତ୍ୱଚାକୁ ଭେଦ କରି ତ୍ୱଚାକୁ ବିଭିନ୍ନ ଚର୍ମଜନିତ ସମସ୍ୟା ଦାୟରୁ ରକ୍ଷା କରିଥାଏ ।

• ସିରମ ସାଧାରଣତଃ ହାଲୁକା ଏବଂ ନନ-ଗ୍ରିଜ୍ ହୋଇଥାଏ । ଏଥିପାଇଁ ଏହା ତ୍ୱଚାରେ ଖୁବ୍ ଶୀଘ୍ର ଓ ସହଜରେ ଭେଦକରି ଥାଏ ଏବଂ ତ୍ୱଚାରେ ଥିବା ବିଭିନ୍ନ କଳା ଦାଗ, ବ୍ରଣା ଆଦିକୁ ହଟାଇ ଥାଏ ।

• ସିରମ୍ ଅନ୍ୟ କ୍ରିମମାନଙ୍କ ତୁଳନାରେ ବହୁତ ମହଙ୍ଗା ହୋଇଥାଏ । ଏହାର ମାତ୍ର କିଛି ଅଂଶ ପୁରା ତ୍ୱଚାକୁ ପ୍ରଭାବିତ କରିଥାଏ ।

• ସିରମ୍ ଅଧିକାଂଶ ଛୋଟ ବୋଲତରେ ବଜାରରେ ମିଳିଥାଏ, ଯେଉଁଥିରେ ସେତିକି ହିଁ ଲିକ୍ୱିଡ୍ ବାହାରି ଥାଏ ଯେତିକି ଦରକାର ପଡିଥାଏ । ଏହାଦ୍ୱାରା ସିରମ ନଷ୍ଟ ହୋଇନଥାଏ ଏବଂ ତାର ଉଚିତ୍ ବ୍ୟବହାର ମଧ୍ୟ ହୋଇପାରିଥାଏ ।

ମୋଟ୍ ଉପରେ କହିବାକୁ ଗଲେ, ସିରମ୍ ଯଦିଓ ଅନ୍ୟ କ୍ରିମମାନଙ୍କ ତୁଳନାରେ ମହଙ୍ଗା ହୋଇଥାଏ ମାତ୍ର ଏଥିପାଇଁ ଆପଣଙ୍କୁ ପ୍ରତିମାସ ଖର୍ଚ୍ଚାନ୍ତ ହେବାକୁ ପଡିନଥାଏ । କାରଣ ଏହାର ଛୋଟ ବୋଲତ ପାଖାପାଖି ୩ ମାସ ଚାଲି ଯାଇଥାଏ ।

ତୈଳାକ୍ତ ତ୍ୱଚା ପାଇଁ ସିରମ୍ ଉପଯୁକ୍ତ

ବର୍ତ୍ତମାନ ଯେତେବେଳେ ଆପଣ ଜାଣିପାରିଥିବେ କି ସିରମ ଅସଲରେ କଣ ଅଟେ ବୋଲି ତେବେ ଆସନ୍ତୁ ଜାଣିବା ସିରମ୍ ତୈଳାକ୍ତ ତ୍ୱଚା ପାଇଁ ଉପଯୁକ୍ତ କି ନୁହେଁ ।

• ତୈଳାକ୍ତ ତ୍ୱଚାରେ ପ୍ରାୟତଃ ତୈଳ ଅଂଶ ବେଶି ପରିମାଣରେ ରହିଥାଏ । ଯାହାକୁ ନିୟନ୍ତ୍ରଣରେ ଆଣିବା ବହୁତ ଜରୁରୀ ଅଟେ । କିଛି ସିରମରେ ତେଲକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥାଏ ଯାହାଦ୍ୱାରା ଅଏଲ୍ କଂଟ୍ରୋଲ୍ କମ୍ ହୋଇଥାଏ ଏବଂ ଚମକକୁ କମ୍ କରିଥାଏ ।

• ତୈଳାକ୍ତ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ନନ-କୋମେଡୋଜେନିକ୍ ରହିବା ଆବଶ୍ୟକ ।

• ବଜାରରେ ମିଳୁଥିବା ଅଧିକାଂଶ ସିରମ୍ ୱାଟର ବେସ୍ ହୋଇଥାଏ । ଯାହାକି ନନ-କୋମେଡୋଜେନିକ୍ ହୋଇଥାଏ ।

ଯେତେବେଳେ ଆପଣ ସିରମ କିଣୁଛନ୍ତି ତେବେ ସେତେବେଳେ ତାକୁ ଭଲଭାବରେ ଯାଂଚ କରିବା ଉଚିତ୍ । ଏଥିସହିତ ଯାଂଚ କରିବେ କି ଏଥିରେ ସେଲିସିଲିକ୍ ଏବଂ ଗ୍ଲାୟକୋଲିକ୍ ଏସିଡ୍ ରହିଛି କି ନାହିଁ । କାରଣ ଏହା ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।