ଆଜି ବସିବ ଜିଏସଟି କାଉନସିଲ ବୈଠକ ! ଶସ୍ତା ହୋଇପାରେ ସାମ୍ପୋ , ପ୍ଲାଷ୍ଟିକ ଓ କାଠ ନିର୍ମିତ ଜିନିଷ

30

କନକ ବ୍ୟୁରୋ : ଆଜିଠୁ ଗୌହାଟୀରେ ଆରମ୍ଭ ହେବାକୁ ଯାଉଛି ୨୩ ତମ ଜିଏସଟି କାଉନସିଲ ବୈଠକ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଜିଏସଟିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ । ଯେଉଁଥିରେ ଉଭୟ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ଫାଇଦା ମିଳିବ ବୋଲି କୁହାଯାଉଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଜିଏସଟି ପରିଷଦ ଟ୍ୟାକ୍ସ ସ୍ଲାବ ୨୮ରୁ ୧୮ ପ୍ରତିଶତକୁ କମ କରିବା ଦିଗରେ ନିଷ୍ପତି ନିଆଯାଇପାରେ । ମୁଖ୍ୟତଃ ସାମ୍ପୋ, ବିଭିନ୍ନ ପ୍ଲାଟିକ ସାମଗ୍ରୀ ଓ କାଠ ନିର୍ମତ ସାମଗ୍ରୀ ଉପରେ ଜିଏସଟି କମିବାର ସମ୍ଭାବନା ରହିଛି । ଏହି ସାମଗ୍ରୀ ଉପରେ ସର୍ବାଧିକ ୧୮ ପ୍ରତିଶତ ଟିକସ ରଖିବାକୁ ନିଷ୍ପତି ନେଇପାରନ୍ତି ସରକାର ।