ବର୍ଷିୟାନ ଅଭିନେତା ରବି ମିଶ୍ରଙ୍କ ପରଲୋକ : ହୃଦଘାତ ଯୋଗୁଁ ଭୁବନେଶ୍ୱରରେ ଘରୋଇ ହସପିଟାଲରେ ମୃତ୍ୟୁ; ଅନେକ ଫିଲ୍ମରେ କରିଥିଲେ ଅଭିନୟ, ‘ଗୋପାଳ ରହସ୍ୟ’ ସିରିୟଲରେ ପାଇଥିଲେ ଲୋକପ୍ରିୟତା

431

କନକ ବ୍ୟୁରୋ : ପରଲୋକରେ ବର୍ଷିୟାନ ଅଭିନେତା ରବି ମିଶ୍ର । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ବହୁ ଚଳଚ୍ଚିତ୍ର, ଟେଲି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଧାରାବାହିକ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ । ‘ହେ ପ୍ରଭୁ’ ସିରିଏଲରେ ସେ କାମ କରୁଥିଲେ ରବି । ଏହି ସିରିୟଲରେ ସେ ଅଭିନେତ୍ରୀ ଲିପ୍‌ସା ମିଶ୍ରଙ୍କ ଜେଜେ ଭୂମିକାରେ ଅଭିନୟ କରୁଥିଲେ । ସେହିପରି ଓଡିଆ ଫିଲ୍ମ ‘ସୌଭାଗ୍ୟବତୀ’ରେ ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଁଟିଥିଲେ । ତେବେ ରବି ମିଶ୍ରଙ୍କ ପରଲୋକରେ ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।