ରେଳଧାରଣାରୁ ଖସିଲା ଟ୍ରେନ ! ଅନୁଗୁଳ ଜରାସିଂହାରେ ମାଲବାହୀ ଟ୍ରେନର ୧୦ରୁ ୧୨ ବଗି ଲାଇନଚ୍ୟୁତ, ଚାଳକ ମୃତ

36

କନକ ବ୍ୟୁରୋ: ରେଳଧାରଣାରୁ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଅନୁଗୁଳରୁ ଜରାସିଂହା ନିକଟରେ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ୧୦ରୁ ୧୨ ବଗି ଲାଇନଚ୍ୟୁତ ହୋଇଛିି । ଟ୍ରେନ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ମାଲବାହୀ ଟ୍ରେନଟି ରାୟଗଡାରୁ ଜିନ୍ଦଲ ଆସୁଥିଲା । ଟ୍ରେନଟି ବ୍ରେକ ଫେଲ ହୋଇ ଟ୍ରାକରୁ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।

ଆଜି ସକାଳେ ଅନୁଗୁଳ ଜିଲ୍ଲା ଜେଏସପିଏଲ କାରଖାନାରୁ ମାଲ ନେଇ ଷ୍ଟେସନକୁ ଯାଉଥିବା ଏକ ମାଲଗାଡ଼ି ବ୍ରେକ୍ ଫେଲ ହୋଇ ଯିବାରୁ ଏହାର ୧୦ରୁ ୧୨ ବଗି ଓଲଟି ପଡ଼ିଛି। ତେବେ ଟ୍ରେନ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି ଓ ତାଙ୍କର ଘର ଅନୁଗୁଳ ଜିଲ୍ଲା ଜରଡ଼ାରେ ବୋଲି ଜଣାପଡ଼ିଛି।

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଜିନ୍ଦଲ କମ୍ପାନୀରୁ ମାଲ ନେଇ ଷ୍ଟେସନ ଯାଉଥିବା ଏକ ମାଲଗାଡ଼ି ବ୍ରେକ୍ ଫେଲ ହୋଇ ଜରାସିଂହ ଠାରେ ମାଲବାହୀ ଟ୍ରେନର ୧୦ରୁ ୧୨ ବଗି ଲାଇନଚ୍ୟୁତ ହୋଇଛିି । ଟ୍ରେନ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ମାଲବାହୀ ଟ୍ରେନଟି ରାୟଗଡାରୁ ଜିନ୍ଦଲ ଆସୁଥିଲା । ଟ୍ରେନଟି ବ୍ରେକ ଫ୍ଲେଲ ହୋଇ ଟ୍ରାକରୁ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।