ଭାରତର ଏହି ରାଜ୍ୟର ଲୋକେ ବ୍ୟବହାର କରନ୍ତି ସବୁଠୁ ଅଧିକ କାର, ଜାଣନ୍ତୁ ଦ୍ୱିତୀୟ ରାଜ୍ୟ ଭାବେ ରହିଛି କାହାର ନାମ

604

କନକ ବ୍ୟୁରୋ : ଭାରତ ହେଉଛି ବିଶ୍ୱର ପଞ୍ଜମ କାର ନିର୍ମାଣ ହେଉଥିବା ଦେଶ ଓ କାର ବିକ୍ରିରେ ବି ଭାରତ ବିଶ୍ୱର ପଞ୍ଚମ ଦେଶ । ହେଲେ ଆପଣ ଜାଣିଛନ୍ତି କି ଭାରତରେ କେତେ ପରିବାର ପାଖରେ କାର ରହିଛି ଓ କେଉଁ ରାଜ୍ୟର ଲୋକେ ସର୍ବାଧିକ କାର ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଦେଶରେ ସବୁଠାରୁ ଅଧିକ କାର ଗୋଆର ଲୋକମାନେ ବ୍ୟବହାର କରିଥାନ୍ତି । ଏଠାରେ ରହୁଥିବା ପରିବାର ମଧ୍ୟରୁ ଅଧା ପରିବାର ପାଖରେ କାର ରହିଛି । ସେହିଭଳି ବିହାରରେ ରହିଛି ସବୁଠୁ କମ କାର । ଇଣ୍ଡିଆ ଇନ୍ ପିକ୍ସଲ୍ସ (ଆଇଆଇପି) ର ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ୨୦୧୯-୨୧ ର ପରିସଂଖ୍ୟାନ ଅଧାରରେ ଏହି ସୂଚନା ମିଳିଛି । ଏଥିରେ କେଉଁ ରାଜ୍ୟରେ କେତେ ପରିବାର ପାଖରେ କାର ରହିଛି ତାହା ସୂଚନା ଦିଆଯାଇଛି ।

ଦେଶର ସବୁଠାରୁ ଛୋଟ ରାଜ୍ୟ ମଧ୍ୟରେ ଗୋଆ ଅନ୍ୟତମ । ଏଠାରେ ୪୫.୨ ପ୍ରତିଶତ ପରିବାର ପାଖରେ କାର ରହିଛି । ଏହା ଦେଶର ଅନ୍ୟ ସମସ୍ତ ରାଜ୍ୟ ଠାରୁ କାର ବ୍ୟବହାରରେ ଆଗରେ ରହିଛି । ସେହିଭଳି ବିହାରରେ ମାତ୍ର ୨ ପ୍ରତିଶତ ପରିବାର ପାଖରେ କାର ରହିଛି ଓ ଏହା କାର ବ୍ୟବହାରରେ ଭାରତର ରାଜ୍ୟ ମଧ୍ୟରୁ ସବୁଠାରୁ ତଳେ ରହିଛି ।

ଏହି ତାଲିକାରେ ଯଦି ଆମେ ଦେଶର ୫ ଟପ୍ ରାଜ୍ୟ କଥା ନେବା ତେବେ ଗୋଆ ପରେ ଦ୍ୱିତୀୟରେ ରହିଛି କେରଳ, ଏଠାରେ ୨୪.୨ ପ୍ରତିଶତ ପରିବାର ପାଖରେ କାର ରହିଛି । ସେହିଭଳି ଜମ୍ମୁ-କାଶ୍ମୀରରେ ୨୩.୭ ପ୍ରତିଶତ, ହିମାଚଳ ପ୍ରଦେଶରେ ୨୨.୧ ପ୍ରତିଶତ ଓ ପଞ୍ଜାବରେ ୨୧.୯ ପ୍ରତିଶତ ପରିବାର ପାଖରେ କାର ରହିଛି ।