ବ୍ରହ୍ମପୁରର ଆଇଟିଆଇ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ । ଗ୍ୟାରେଜରୁ ସଂଗ୍ରହ କରୁଛନ୍ତି ଅଦରକାରୀ ଟାୟାର । ତିଆରି କରୁଛନ୍ତି ସୁନ୍ଦର କଳାକୃତି ।

544

କନକ ବ୍ୟୁରୋ : ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ସହରର ବିଭିନ୍ନ ଗାଡ଼ି ଗ୍ୟାରେଜରୁ ଅଦରକାରୀ ଟାୟାର ସଂଗ୍ରହ କରି ତାକୁ ନୂଆ ରୂପ ଦେଇଛନ୍ତି । ଆଉ ନିର୍ମଣ କରିଛନ୍ତି ଟାୟାର ଆର୍ଟ ପାର୍କ । ଟାୟାରରେ ତିଆରି କରିଛନ୍ତି ଡ଼ାଇନସର, ହାତୀ, ଟ୍ରାକ୍ଟର ଭଳି ଅନେକ ସାମଗ୍ରୀ ।

ଅଦରକାରୀ ଟାୟାରକୁ ସଜେଇ ଟାୟାର ଆର୍ଟ ପାର୍କ ତିଆରି କରିଛନ୍ତି ଛାତ୍ରଛାତ୍ରୀ । ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଗ୍ୟାରେଜରୁ ଅଦରକାରୀ ଟାୟାର ସଂଗ୍ରହ କରୁଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ । ସେଗୁଡିକୁ କାଟି, ସେଥିରେ ତିଆରି କରିଛନ୍ତି ଖବ୍ ସୁନ୍ଦର କଳାକୃତି । ଟାୟାରରେ ତିଆରି କରିଛନ୍ତି ଡ଼ାଇନୋସର, ଟ୍ରାକ୍ଟର, ହାତୀ, କଇଁଚ, ସାପ, ଫୁଲତୋଡ଼ା, ଟ୍ୟାଙ୍କ ସହ ଅନ୍ୟାନ୍ୟ ଘର ସଜା ଉପକରଣ ।

ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନର ଫିଟର, ୱେଲଡ଼ର ଓ ପେଣ୍ଟର ବିଭାଗର ଛାତ୍ରଛାତ୍ର ଏହି ପାର୍କ ନିର୍ମାଣ କରିଛନ୍ତି । ପ୍ରଥମେ ୱେଲଡ଼ର ଛାତ୍ରଛାତ୍ରୀ ପୁରୁଣା ଲୁହାରେ ବିଭିନ୍ନ ସାମଗ୍ରୀ ବନାଇଥାନ୍ତି । ପରେ ଫିଟର ପିଲାମାନେ ଟାୟାରକୁ କାଟି ସେହି ଲୁହା ଛାଞ୍ଚରେ ଗୁଡ଼ାଇଥାନ୍ତି । ଓ ଶେଷରେ ପେଣ୍ଟର ଛାତ୍ରଛାତ୍ରୀ ରଙ୍ଗ ଦେଇ କାମ ଶେଷ କରିଥାନ୍ତି । ତେବେ ଆଇଟିଆଇ ପାଠରେ ପ୍ରାଟିକାଲ ବହୁତ ଆବଶ୍ୟକ ଆଉ ଏହି ଅଦରକାରୀ ଟାୟାରକୁ ବିଭିନ୍ନ ରୂପ ଦେଇ ବହୁ ଶିକ୍ଷା ଲାଭ କରୁଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ଏହି ୩ଟି ବିଭାଗର ଶିକ୍ଷକ ।