କିଏ କରିବ ପତାକା ଉତ୍ତୋଳନ ! ସ୍ୱାଧୀନତା ଦିବସ ଅବସରରେ ଖଲିକୋଟରେ ଦେଖାଦେଇଛି ବିଜେଡ଼ିର ଦଳୀୟ କନ୍ଦଳ

32

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଅର୍ନ୍ତଗତ ଖଲିକୋଟରେ ସ୍ୱାଧୀନତା ଦିବସ ଅବସରରେ ବିଜେଡ଼ିର ଦଳୀୟ କନ୍ଦଳ ଦେଖାଦେଇଛି । ବିଜେଡ଼ି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ଏନଏସି ଅଧ୍ୟକ୍ଷା ସୁସ୍ମିତା ବେହେରାଙ୍କ ମଧ୍ୟରେ କିଏ କରିବ ପତାକା ଉତ୍ତୋଳନକୁ ତାକୁ ନେଇ ବିବାଦ ଦେଖାଦେଇଥିଲା । ଗତ ୨୯ ତାରିଖରେ ଏନଏସିର ସାଧାରଣ ପରିଷଦ ବୌଠକରେ ନିଷ୍ପତି ହୋଇଥିଲା ଯେ ଏନଏସ ଅଧକ୍ଷା ପତାକା ଉତ୍ତୋଳନ କରିବେ ।

କିନ୍ତୁ ଗତକାଲି ଖଲିକୋଟ ତହସିଲଦାର ଏନଏସି ଅଧକ୍ଷାଙ୍କୁ ଏକ ମେସେଜ ଦେଇଥିଲେ । ବସଷ୍ଟାଣ୍ଡରେ ଖଲିକୋଟ ବିଧାୟକ ପତାକା ଉତ୍ତୋଳନ କରିବେ ଏବଂ ଏନଏସି କାର୍ଯ୍ୟାଳୟ ପରିସରରେ ଏନଏସି ଅଧ୍ୟକ୍ଷା ପତାକା ଉତ୍ତୋଳନ କରିବା ପାଇଁ କହିଥିଲେ । ଅନେକ ବାଦ ବିବାଦପରେ ଶେଷରେ ଏନଏସି ଅଧକ୍ଷା ପତାକା ଉତ୍ତୋଳନ କରିଥିଲେ । ତେବେ ଏହି ସମ୍ପର୍କରେ ବିଧାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ କିଛି ଗୋଷ୍ଠୀର ପ୍ରରୋଚନାରେ ଆସି ଅଧକ୍ଷା ଏକ ଛତ୍ରବାଦ ଶାସନ ଚଳାଇଛନ୍ତି ।