ଯୁବକଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ। ଚିକିତ୍ସା ପାଇଁ ସହାୟତା ନିମନ୍ତେ ରାଜ୍ୟ ସରକାରଙ୍କୁ ଗୁହାରୀ କଲେ ପରିବାର ସଦସ୍ୟ।

135

କନକ ବ୍ୟୁରୋ: ଗୋଟିଏ ପଟେ, ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛି ଘରର ରୋଜଗାରିଆ ପୁଅ । ଅନ୍ୟପଟେ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ ନକରିପାରି ଚିନ୍ତାରେ ପଡ଼ିଛନ୍ତି ପରିବାର । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ପରକୂଳା ଗାଁର ସୁଧୀର ମଲ୍ଲିକ । ମୁଣ୍ଡରେ ଶକ୍ତ ଅଘାତ ଲାଗିଛି । ତାଙ୍କ ଅବସ୍ଥା ଗୁରୁତର ରହିଥିବାବେଳେ କୋମାରେ ଅଛନ୍ତି ସୁଧୀର । ୨୫ ଦିନ ହେଲା ଚିକିତ୍ସା ହେବା ପରେ ସ୍ୱାସ୍ଥ୍ୟ କାର୍ଡ଼ରେ ଥିବା ଅର୍ଥ ବି ସରିଗଲାଣି । ତେଣୁ ଅଧିକ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକତା ପଡ଼ୁଥିବାବେଳେ ସହାୟତା ପାଇଁ ନିବେଦନ କରିଛନ୍ତି ସୁଧୀରଙ୍କ ସ୍ତ୍ରୀ ।

ଘରର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ୮ ମାସ ହେଲା କାମ କରୁଥିଲେ ସୁଧୀର । କମ୍ପାନୀରୁ କାମ ସାରି ଫେରିବା ବାଟରେ ଗତ ୨ ତାରିଖ ଦିନ ସେ ଦୂର୍ଘଟଣାର ଶିକାର ହୋଇଥିଲେ । ଅର୍ଥ ଅଭାବରୁ କେମିତି ହେବ ସୁଧୀରଙ୍କ ଚିକିତ୍ସା ତାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ପରିବାର ।

ସୁଧୀରଙ୍କ ଦେହ ଅସୁସ୍ଥ ପରେ ୫ ପ୍ରାଣୀ କୁଟୁମ୍ବା ଚଳିବା ବି କଷ୍ଟକର ହୋଇପଡ଼ିଲାଣି । ଯଦି କେହି ସହହୃହୟ ବ୍ୟକ୍ତି ସୁଧୀରଙ୍କୁ ସହାୟତା ପାଇଁ ଚାହୁଁଥାନ୍ତି ତେବେ, ଏହି ଆକାଉଣ୍ଟ ନମ୍ବରରେ ସହାୟତା ରାଶି ଦେଇ ପାରିବେ ।

SANTOSHINI MALICK
UCO BANK
AC NO – 13880110069363
IFSC CODE – UCBA0001388
PHONE PAY NO- 8658437759