ଶେଷ ୧୦ ସେକେଣ୍ଡରେ ପଲଟିଲା ବାଜି । ଅଷ୍ଟ୍ରେଲିଆକୁ ମାତ୍ ଦେଇ ହକି ବିଶ୍ୱକପ୍ ଫାଇନାଲ ଟିକେଟ ହାତେଇଲା ଜର୍ମାନୀ ।

354

କନକ ବ୍ୟୁରୋ : ଶେଷ ୧୦ ସେକେଣ୍ଡରେ ପଲଟିଲା ବାଜି । ହକି ବିଶ୍ୱକପର ଫାଇନାଲ ଟିକେଟ ହାତେଇଲା ଜର୍ମାନୀ । ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ସେମିଫାଇନାଲ ମୁକାବିଲା ଜିତିଲା ଜର୍ମାନୀ । ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ । ଅଷ୍ଟ୍ରେଲିଆ ଠାରୁ ଆହୁରି ଅଧିକ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା ଜର୍ମାନୀ । ଦ୍ୱିତୀୟାର୍ଦ୍ଧରେ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ଗୋଲ ଦେଇଥିବା ବେଳେ ଜର୍ମାନୀ ୪ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା । ଶେଷ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଉଭୟ ଦଳର ସ୍କୋର ସମାନ ଥିଲା । କିନ୍ତୁ ଶେଷ ୧୦ ସେକେଣ୍ଡରେ ଅଷ୍ଟ୍ରେଲିଆର ବିଶ୍ୱକପ ଆଶାକୁ ଧୂଳିସାତ କରିଥିଲା ଜର୍ମାନୀ । ଫିଲ୍ଡ ଗୋଲ ଜରିଆରେ ଗୋଲ ବ୍ୟବଧାନ ୪-୩କୁ ବୃଦ୍ଧି କରି ଫାଇନାଲ ଟିକେଟ ହାତେଇଥିଲା ଜର୍ମାନୀ ।