ଗାଁରେ ପଶିଲା ମହାନଦୀର ବନ୍ୟାଜଳ । ହରଭଙ୍ଗା ବ୍ଲକର ୫୫ ଗାଁ ପାଣି ଘେରରେ

94

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାରେ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ହରଭଙ୍ଗା ବ୍ଲକରେ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୫୫ଟି ଗାଁ ପ୍ରଭାବିତ ହୋଇଛି । ମହାନଦୀରେ ବନ୍ୟା ଯୋଗୁଁ ହରଭଙ୍ଗା-ଧଳପୁର ଜଗନ୍ନାଥସଡ଼କର ସାକୁସିଙ୍ଗା ନାଳ, କୁଶିାସିଙ୍ଗା ନାଳ, ଡିଆଁଘାଟ ପୋଲ, ମଲ୍ଲିକପଡ଼ା ପୋଲ, ସଦଲଗଣ୍ଡା ନାଳ ଭେଜିଗୋରା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।