ପ୍ରବଳ ବରଫପାତ ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ କାଶ୍ମୀର : ପ୍ରଶାସନ ପକ୍ଷରୁ ସତର୍କତା ଜାରି
କନକ ବ୍ୟୁରୋ : ପ୍ରବଳ ବରଫ ପାତ ଓ ଭୂସ୍ଖଳନ ଯୋଗୁଁ କାଶ୍ମୀର ଏବେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଜବାହର ଟନେଲ୍ ଏବଂ ବାନିହାଲ୍ ଅଞ୍ଚଳରେ ୧୪ରୁ ୧୬ ଇଞ୍ଚ ବରଫ ଜମା ହୋଇ ରହିଛି । ଶ୍ରୀନଗର ବିମାନ ବନ୍ଦରରେ ୧୮ଟି ବିମାନ ବାତିଲ କରି ଦିଆଯାଇଛି । ଶ୍ରୀନଗରରୁ କୌଣସି ବିମାନ ଚଳାଚଳ ହୋଇପାରୁନି । ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ମଧ୍ୟ ଆଜି ଦ୍ବିତୀୟ ଦିନ ପାଇଁ ବନ୍ଦ ରହିଛି । ରମ୍ବନରେ ପ୍ରବଳ ବରଫପାତ ହେତୁ ଭୂସ୍ଖଳନ ହୋଇଛି । ପ୍ରବଳ ତୁଷାରପାତ ଯୋଗୁଁ ଅନେକ ଲୋକ ଏବେ ଘର ବାହାରକୁ ବାହାରି ପାରୁନାହାନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
#WATCH Srinagar in Jammu & Kashmir receives fresh snowfall pic.twitter.com/dCKQKOgkiE
— ANI (@ANI) February 7, 2019
ପ୍ରବଳ ବରଫପାତ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଛିଡ଼ିଯାଇଥିବାରୁ ଲୋକେ ବିନା ଆଲୁଅରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବରଫ ସ୍ଖଳନ ଯୋଗୁ କଶ୍ମୀରର କୁଲଗାମ ଜିଲ୍ଲାରେ ଏକ ପୁଲିସ ପୋଷ୍ଟ ଗୁରୁବାର ପୋତି ହୋଇପଡ଼ିଛି । ଶ୍ରୀନଗର ଓ ଜମ୍ମକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଜବାହାର ଟନେଲ ନିକଟରେ ଏହି ପୁଲିସ ପୋଷ୍ଟ ରହିଛି ।
୧୦ ଜଣ ପୁଲିସଙ୍କର ପତ୍ତା ମିଳୁ ନ ଥିବାରୁ ସେମାନେ ବରଫ ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଛି । ବରଫ ସ୍ଖଳନରେ ପୁଲିସ ପୋଷ୍ଟ ପୋତି ହୋଇଯିବା ପରେ ସିଆରପିଏଫ ଓ ଅନ୍ୟମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବରଫ ସ୍ଖଳନରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି । ପ୍ରଶାସନ ପକ୍ଷରୁ ବରଫ ପାତ ଓ ବରଫ ସ୍ଖଳନ ନେଇ ସତର୍କତା ଜାରି କରାଯାଇଛି ।