ବନ୍ଦ କବାଟ ଘରେ ଜଳି ଗଲେ ଗୋଟିଏ ପରିବାରର ୩ ସଦସ୍ୟ ! ପିପିଲର ଦାନଗହିରିରେ ଘଟିଛି ଘଟଣା

32

କନକ ବ୍ୟୁରୋ: ବନ୍ଦ କବାଟ ଘରେ ଜଳିଯାଇଛନ୍ତି ଗୋଟିଏ ପରିବାରର ୩ ଜଣ । ଏଥିରେ ୩ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ପିପିଲର ଦାନଗହିରିରେ । ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତର କରାଯାଇଛି । ଦାନଗହିରି ମସଜିଦ ନିକଟରେ ଥିବା ଏକ ଆଜବେଷ୍ଟସ ଘରେ ରାତିରେ ଏହି ୩ ଜଣ ଶୋଇଥିବାବଲେ ରାତି ପ୍ରାୟ ୧୨ଟା ୪୦ରେ ଘରେ ନିଆଁ ଲାଗିଥିଲା ।

କେହି ଦୁର୍ବୃତ ଏମାନଙ୍କୁ ବାହାରୁ କବାଟ ଦେଇ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି । ଗୁରୁତରଙ୍କ ଶରୀରର ୯୦ ପ୍ରତିଶତ ଜଳିଯାଇଛି । ନିଆଁ ଲାଗିବା ପରେ କିଛି ଆସବାବପତ୍ର ସହିତ ଗୋଟିଏ ଲୁନା ଓ ସାଇକେଲ ପୋଡି ନଷ୍ଟ ହୋଇଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସେପଟେ,ସୁନ୍ଦରଗଡରେ ଭୟଙ୍କର ନିଆଁ । ରାଣୀବଗିଚାସ୍ଥିତ ଏକ ଗ୍ୟାରେଜରେ ନିଆଁ ଲାଗିଯାଇଛି । ଏଥିରେ ୫ଟା ଟାଟା ମ୍ୟାଜିକ ଜଳିଯାଇଛି । ଗତକାଲି ପ୍ରାୟ ୧୦ଟାବେଳେ ଏହି ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଏହି ନିଆଁରେ ଗାଡିଗୁଡିକ ସମୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଅନ୍ୟପଟେ, ହୁ ହୁ ହୋଇ ଜଳୁଛି ଜଙ୍ଗଲ । ନୀଳଗିରି ରେଂଜ ଅଧିନସ୍ଥ ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ଭାଲୁକାଶୁଣି, ନରଣପୁର ଓ ସ୍ୱର୍ଣ୍ଣଚୂଡ ସଂରକ୍ଷିତ ଜଙ୍ଗଳରେ ନିଆଁ ଲାଗିଛି । ଫଳରେ ହୁତ୍ ହୁତ୍ ହୋଇ ଜଳୁଛି ନିଆଁ । ବହୁ ମୂଲ୍ୟବାନ ଗଛ ଓ ସରୀସୃପଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ସେପଟେ ଏହି ନିଆଁ ଲାଗିବା ନେଇ ବନବିଭାଗ ପାଖରେ କୌଣସି ଖବର ନଥିବା କୁହାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ମହୁଲ ସଂଗ୍ରହ ପାଇଁ କେହି ନିଆଁ ଲଗାଇ ଦେଇଥିବା କୁହାଯାଉଛି ।