ସ୍ୱପ୍ନର ସହରର ମୁମ୍ବାଇର ବର୍ଲୀ କ୍ଷେତ୍ରରେ ଥିବା ଏକ ୩୩ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାରେ ଲାଗିଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ୮ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନିଆଁର ଭୟାବହତା ଏତେ ମାତ୍ରାରେ ବଢ଼ି ଯାଇଛି ଯେ, ଏହା ଉପରକୁ ଥିବା ଅନ୍ୟ ଦୁଇ ମହଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି । ନିଆଁ ଲାଗିଥିବା ବିଲ୍ଡିଂରେ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ମଧ୍ୟ ଏକ ଫ୍ଲାଟ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ସାରିଛନ୍ତି ଏବଂ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରି ସାରିଛନ୍ତି ମୁମ୍ବାଇ ପୋଲିସ ଟ୍ୱିଟ୍ କରି କହିଛନ୍ତି । ଖବର ଅନୁସାରେ ବିଲ୍ଡିଂର ୩୨ ମହଲା ନିଆଁ ଲାଗିଥିବା ବେଳେ ଏହା ଦେଖିୁ ଦେଖିୁ ୩୩ ମହଲାକୁ ବ୍ୟାପି ଯାଇଥିଲା । ନିଆଁରେ ଦୁଇଟି ମହଲା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ୯୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ନିଆଁ ଲାଗିବା ସମୟରେ ଦୀପିକା ପ୍ଲାଟରେ ନଥିଲେ ସେ ବିଜ୍ଞାପନର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ଦୀପିକା ଏହି ବିଲ୍ଡିଂର ୨୬ ତମ ଫ୍ଲୋରରେ ରହୁଥିଲେ । ଦୀପିକା ୨୦୧୬ରେ ୧୬ କୋଟି ଦେଇ ଏହି ଫ୍ଲାଟକୁ କିଣିଥିଲେ । ଏହି ବିଲ୍ଡିଂ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ନିକଟରେ ଅବସ୍ଥିତ । ତେବେ କେଉଁ କାରଣରୁ ଏହି ବିଲ୍ଡିଂରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।