ବାବୁ ବନାମ ବାହୁବଳୀ ! ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଥାନାରେ ଏତଲା ଦେଲା ଓଏଏସ୍ ସଂଘ

28

ବୋଲଗଡ : ମହିଳା ତହସିଲଦାରଙ୍କୁ ଆକ୍ରମଣ କରି ଅଡୁଆରେ ବିଜେଡି ବିଧାୟକ । ଶେଷରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଥାନାରେ ଏତଲା ଦେଇଛି ଓଏଏସ ସଂଘ । ସେପଟେ ବିଧାୟକ କହିଛନ୍ତି ସେ ନିର୍ଦ୍ଦୋଷ ଓ ନିଜ ଭୁଲ ପାଇଁ ମହିଳା ଅଫିସରଙ୍କୁ କ୍ଷମା ମାଗି ସାରିଛନ୍ତି ।

ହେଲେ ବୋଲଗଡ ତହସିଲଦାର ନୀହାରିକା ନାୟକଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଛି ଓଏଏସ୍ ସଂଘ । ଘନଘନ ଆଲୋଚନା ଓ ବୈଠକ ପରେ ଶେଷରେ ସଂଘ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଏତଲା ଦେଇଛି । ଗତକାଲି ସଂଘ ଠାରୁ ଖୋର୍ଦ୍ଦା ଏସପି ଲିଖିତ ଅଭିଯୋଗ ପାଇବା ପରେ ଆଜି ତଦନ୍ତ ପାଇଁ ଥାନାକୁ ପଠାଇ ଦେଇଛନ୍ତି ।

କେଉଁଠି ହାତ ଚାଲିଥିଲା ତ କେଉଁଠି ପାଟି । କେଉଁଠି ମାଡ ମାରିଥିଲେ ତ କେଉଁଠି ଗାଳି କରିଥିଲେ । ହେଲେ ସବୁଠି ଜିତାପଟରେ ଥିଲେ ଶାସକ ଦଳର ଏହି ଆଂଗ୍ରି ୟଙ୍ଗ୍ ମ୍ୟାନ୍ । ହେଲେ ମହିଳା ଅଫିସରଙ୍କୁ ଆକ୍ରମଣ ଏବେ ମହଙ୍ଗା ପଡିଛି ବିଧାୟକଙ୍କ ପାଇଁ । ଲଣ୍ଠନ ମାଡ କରି କ୍ଷମା ମାଗିବା ପରେ ବି ମହିଳା ତହସିଲଦାର୍ ତରଳି ନାହାଁନ୍ତି । ବରଂ ବିଧାୟକଙ୍କୁ ଘେରିଛି ସଂଘ ।

ସେପେଟ ଜଗଦେବଙ୍କ କାରନାମାକୁ ନେଇ ନିନ୍ଦା ସହି ଆସିଛି ଦଳ । ଏବେ ଥାନାରେ ମାମଲା । ତେଣୁ ବିଶୃଙ୍ଖଳିତ ବିଧାୟକଙ୍କୁ ଏ ଶୃଙ୍ଖଳିତ ଦଳ ସହ୍ୟ କରିପାରିବ ତ ।