ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି 

ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ

91

କନକ ବ୍ୟୁରୋ : ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଛି ଏଭଳି ଅଭାବନୀୟ  ଦୃଶ୍ୟ । ବହି ପୋଡିବା ସହ ନାରାବାଜି କରିଛନ୍ତି, ପ୍ରତିବାଦକାରୀ ଚାଷୀ । ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ଏଭଳି ଆନ୍ଦୋଳନ କରିଛନ୍ତି ଚାଷୀ । 

ଦିନକୁ ଦିନ ବଢିଚାଲିଛି ଚାଷୀଙ୍କ ସମସ୍ୟା । କୃଷି ଆଇନକୁ ନେଇ ଦେଶରେ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜ୍ୟରେ ଚାଷୀଙ୍କୁ ଟେନସନ୍ ଦେଉଛି ମଣ୍ଡି ସମସ୍ୟା । ମଣ୍ଡିରୁ ଧାନ ବିକ୍ରି ହୋଇ ପାରୁନି, ପଡି ପଡି ନଷ୍ଟ ହେଉଛି କ୍ୱିଣ୍ଟାସ କ୍ୱିଣ୍ଟାଲ ଧାନ । ଆଉ ଏହିଭଳି କିଛି ଘଟଣା ଆସିଛି ପଦ୍ମପୁରରୁ । ମଣ୍ଡି ସମସ।। କାରଣରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀମାନେ ଧାନ ବୋଝେଇ ଟ୍ରାକ୍ଟର ରଖି ଧାରଣା ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କେବେ ସୁଧୁରିବ ଚାଷୀଙ୍କ ସମସ୍ୟା? କେବେ ସରକାର ଚାଷୀଙ୍କ ସମସ୍ୟାକୁ ଦୃଷ୍ଟି ଦେବେ?