ବିଧାନସଭାରେ ନକଲି ସାର୍ଟିଫିକେଟ ଝଡ଼ । ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଦେଖାଇ ମୁହାଁମୁହିଁ ହେଲେ ଶାସକ–ବିରୋଧୀ

1,392

କନକ ବ୍ୟୁରୋ: ବିଧାନସଭାରେ ନକଲି ସାର୍ଟିଫିକେଟ ଝଡ । ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଦେଖାଇ ମୁହାଁମୁହିଁ ହେଲେ ଶାସକ–ବିରୋଧୀ । ମନୋଜ ମିଶ୍ର ସହ ନେତା-ମନ୍ତ୍ରୀଙ୍କ ଫଟୋ ଦେଖାଇଲେ ନରସିଂହ । ଆଉ ଏହାପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

  • ବିଧାନସଭାରେ ନକଲି ସାର୍ଟିଫିକେଟ ଝଡ଼
  • ମାଷ୍ଟରମାଇଣ୍ଡ ସହ ନେତାଙ୍କ ଫଟୋ

ନକଲି ସାର୍ଟିଫିକେଟ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ସହ ରାଜନେତାଙ୍କ ଫଟୋକୁ ନେଇ ବିଧାନସଭାରେ ଝଡ ଉଠିଛି । ଅଭିଯୁକ୍ତଙ୍କ ସହ ନେତାଙ୍କ ଫଟୋ ଦେଖାଇ ପରସ୍ପରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେଡି । ମୁଖ୍ୟ ଅଭିଯୁକ୍ତଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଫଟୋ ଓ ପୂର୍ବତନ ମନ୍ତ୍ରୀଙ୍କ ଫଟୋ ଦେଖାଇ ତଦନ୍ତ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହାକୁ କାଉଣ୍ଟର କରି ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତଙ୍କ ସହ ନରସିଂହ ମିଶ୍ରଙ୍କ ଫଟୋ ଦେଖାଇଛନ୍ତି । ଏ ଫଟୋ କାହାର ଏତେ ତଳକୁ ଖସିଯାଉଛନ୍ତି ବୋଲି ସେ ପ୍ରଶ୍ନ କରିିଛନ୍ତି ।
ଅରୁଣ ଟାର୍ଗେଟ କରିବା ପରେ, ପୁଣି କାଉଣ୍ଟର କରିଛନ୍ତି ନରସିଂହ ମିଶ୍ର । କହିଛନ୍ତି, ମନୋଜଙ୍କ ସହ ତାଙ୍କର ଯଦି କୌଣସି ଫଟୋ ଅଛି ତାର ତଦନ୍ତ ହେଉ । ଅନ୍ୟ ଯେଉଁମାନଙ୍କର ଫଟୋ ଅଛି ସେମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ।

ଜାଲ ସାର୍ଟିଫିକେଟ ରାକେଟର ମୁଖ୍ୟ ଅଭିଯୁକ୍ତଙ୍କ ସହ ନେତାଙ୍କ ଫଟୋକୁ ନେଇ ବିଧାନସଭାରେ ଝଡ ଭିତରେ ବିଜେପି ବିଧାୟକମାନେ ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ କରିଛନ୍ତି । ବିଜେଡି ନେତା ଓ ବଲାଙ୍ଗୀର ଜାଲ ସାର୍ଟିଫିକେଟ ର୍ୟାକେଟ ମଧ୍ୟରେ ସମ୍ପର୍କ କଣ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ।

ଏସବୁ ଭିତରେ କୋରାପୁଟରୁ ଆସିଛି ଜାଲ ସାର୍ଟିଫିକେଟ ଅଭିଯୋଗ । କୋରାପୁଟ ପୋଷ୍ଟାଲ ଡିଭିଜନ ଅନ୍ତର୍ଗତ ଗ୍ରାମୀଣ ଡାକ ସେବକ ପଦ ପାଇଁ, ମୋଟ ୩୨ ଜଣ ଚୟନ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଛି । ଏନେଇ ବରିଷ୍ଠ ଡାକ ଅଧୀକ୍ଷକଙ୍କ ତରଫରୁ ପୋଲିସ ନିକଟରେ ଅଭିଯୋଗ ହୋଇଛି । ଅଧିକାଂଶ ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଉତ୍ତରପ୍ରଦେଶର ରହିଥିବା ବେଳେ କିଛି ଓଡ଼ିଶା ବୋର୍ଡ ସାର୍ଟିଫିକେଟ୍ ବୋଲି ସୂଚନା ମିଳିଛି ।