୩୬ଘଣ୍ଟା ଧରି ଚାଲିଛି ଉଦ୍ଧାର କାର୍ଯ୍ୟ । ମନ୍ଦିର ପ୍ରଶାସନ ବିରୋଧରେ ରୁଜୁ ହେଲା ମାମଲା

256

କନକ ବ୍ୟୁରୋ : ପବିତ୍ର ରାମନବମୀରେ ମଧ୍ୟପ୍ରଦେଶ ଇନ୍ଦୋରରେ ମନ୍ଦିର ଭୁଷୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫ରୁ ଅଧିକ ଛୁଇଁଲାଣି । ମନ୍ଦିର ଭୁଷୁଡ଼ି ପଡ଼ିବାରୁ କୂଅରେ ଖସିପଡ଼ି ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେନା ଓ ପ୍ରଶାସନର ଅନେକ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହ୍ୱାନ ହସ୍ପିଟାଲରେ ପହଞ୍ଚି ଗୁରୁତରଙ୍କୁ ଭେଟିଛନ୍ତି । ଏହି ସମୟରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଯାଂଜ କରିବା ପରେ ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ମନ୍ଦିର ପ୍ରଶାସନ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ କରାଯିବା ନେଇ ସେ କହିଛନ୍ତି ।