ଆଜି ସ୍ୱର୍ଗତ କେନ୍ଦ୍ରମନ୍ତ୍ରୀ ଅନୀଲ ଦଭେଙ୍କ ଶେଷକୃତ୍ୟ ! ନର୍ମଦା ନଦୀ କୂଳରେ ହେବ ଅନ୍ତିମ ସଂସ୍କାର

60

କନକ ବ୍ୟୁରୋ : ଆଜି ସକାଳ ପ୍ରାୟ ୯ଟାରେ ନର୍ମଦା ନଦୀକୂଳରେ ସ୍ୱର୍ଗତ ଦଭେଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । ଗତକାଲି ତାଙ୍କ ପାର୍ଥିବ ଶରୀରକୁ ପୈତୃକସ୍ଥଳୀ ଭୋପାଳକୁ ଅଣାଯାଇଛି । ହୃଦଘାତରେ ଗତକାଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅନିଲ ମାଧବ ଦଭେଙ୍କ ପରଲୋକ ହୋଇଛି ।

ମୃତ୍ୟୁ ବେଳକୁ ତାଂକୁ ୬୧ବର୍ଷ ବୟସ ହୋଇଥିଲା । ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିଲେ ଅନିଲ ମାଧବ ଦଭେ । ନର୍ମଦା ନଦୀ ସଂରକ୍ଷଣରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । କେନ୍ଦ୍ରମନ୍ତ୍ରୀଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।