ବିନୋଦ ଖାନ୍ନାଙ୍କ ମୃତ୍ୟୁର ଆଭାସ୍ ତିନି ଦିନ ପୂର୍ବରୁ ହିଁ ଜାଣି ପାରିଥିଲେ ପୁଅ ରାହୁଲ !

71

୭୦-୮୦ ଦଶକର ସୁପରଷ୍ଟାର ବିନୋଦ ଖାନ୍ନାଙ୍କ ଆଜି ସକାଳେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ତେବେ ପାଖାପାଖି ୧୦୦ରୁ ଅଧିକ ସିନେମାରେ ଅଭିନୟ କରିସାରି ଥିବା ବିନୋଦ ଖାନ୍ନା ଦୀର୍ଘଦିନ ହେଲା ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ।

ତେବେ ଗତ ଅଢେଇ ମାସ ଧରି ବିନୋଦ ଖାନ୍ନାଙ୍କର ମୁମ୍ବାଇର ଗିରଗାଁଓ ସ୍ଥିତ ଏଚଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରରେ ଚିକିତ୍ସା ଚାଲିଥିଲା କିନ୍ତୁ ଲାଗିଥିଲା ତାଙ୍କ ମୃତ୍ୟୁର ତିନି ଦିନ ପୂର୍ବରୁ ତାଙ୍କ ପୁଅ ରାହୁଲ ଖାନ୍ନାଙ୍କୁ ଏହାର ଆଭାସ୍ ହୋଇଥିଲା ।

ଏହାର କାରଣ ଥିଲା କି ରାହୁଲ ତିନି ଦିନ ପୂର୍ବରୁ ନିଜ ଇଷ୍ଟାଗ୍ରାମ ଆକାଉଂଟରେ ଡାକ୍ତରଖାନା ବାହାରର ଏକ ଫଟୋ ପୋଷ୍ଟ କରି ଉଲ୍ଲେଖ କରିଥିଲେ କି ‘ଏକ୍ ଔର ସୂର୍ଯ୍ୟାସ୍ତ’ । ତେବେ ତାଙ୍କର ଏହି ପୋଷ୍ଟ ଉପରେ ଲୋକଙ୍କର ଅନେକ କମେଂଟ ଆସିଥିଲା ଏବଂ ଏଥିସହ କମେଂଟ ଜରିଆରେ ତାଙ୍କୁ ମଧ୍ୟ କିଛି ଲୋକ ସମବେଦନା ଜଣାଇଥିଲେ ।