ହେମାଙ୍କ ପାଇଁ ପାଗଳ ଥିଲେ ଅନେକ ଅଭିନେତା! ମାତ୍ର ଧର୍ମେନ୍ଦ୍ରଙ୍କୁ କାହିଁକି ବିବାହ କଲେ ଡ୍ରିମ୍ ଗର୍ଲ

73

ବଲିଉଡର ଡ୍ରିମ ଗର୍ଲ ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ବିବାହକୁ ଏବେ ୩୮ ବର୍ଷ ପୁରିଛି । ତେବେ ଦୁହିଁଙ୍କ ବିବାହ ଏତେ ସହଜ ନଥିଲା । କାରଣ ଯେଉଁସମୟରେ ଧର୍ମେନ୍ଦ୍ର ହେମାଙ୍କୁ ଚାହୁଁଥିଲେ ସେତେବେଳେ ହେମାଙ୍କୁ ମଧ୍ୟ ବଲିଉଡର ଅନ୍ୟ ଦୁଇ ଅଭିନେତା ପ୍ରେମ କରୁଥିଲେ ଓ ବିବାହ କରୁବାରୁ ଚାହୁଁଥିଲେ । ଏହାଛଡା ଖୋଦ୍ ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିଲେ । ତେବେ କେମିତି ଉଭୟଙ୍କ ବିବାହ ସମ୍ଭବ ହୋଇଥିଲା ଆସନ୍ତୁ ସେ ସଂପର୍କରେ ଜାଣିବା ।

୧୯୭୪ରେ ହେମାଙ୍କୁ ବଲିଉଡ ଜଗତର ୩ ଅଭିନେତା ତଥା ସଂଜୀବ କୁମାର, ଜିତେନ୍ଦ୍ର ଏବଂ ଧର୍ମେନ୍ଦ୍ର ପ୍ରେମ କରୁଥିଲେ । ମାତ୍ର ହେମା ଧର୍ମେନ୍ଦ୍ରଙ୍କୁ ପସନ୍ଦ କରିଥିଲେ । ତେବେ ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିବା କାରଣରୁ ହେମାଙ୍କ ପରିବାର ଏଥିରେ ରାଜି ହୋଇ ନଥିଲେ । ଯେଉଁଥିପାଇଁ ଅଧିକାଂଶ ସମୟରେ ହେମା ଚିନ୍ତାରେ ରହୁଥିଲେ ।

ଧର୍ମେନ୍ଦ୍ର ମଧ୍ୟ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ହେମାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ମାତ୍ର ତାଙ୍କ ପତ୍ନୀ ଛାଡପତ୍ର ଦେବାକୁ ମନା କରିଦେଇଥିଲେ । କୁହାଯାଏ, ଏହି ସମୟରେ ସଂଜୀବ କୁମାର ହେମାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ସେ ଜିତେନ୍ଦ୍ରଙ୍କ ଜରିଆରେ ନିଜ ମନ କଥାକୁ ହେମାଙ୍କ ନିକଟରେ ପହଂଚାଇବାକୁ ଚାହୁଁଥିଲେ । ମାତ୍ର ହେମା ତାଙ୍କୁ ବିବାହ କରିବାକୁ ସିଧାସଳଖ ମନା କରି ଦେଇଥିଲେ ।

ତେବେ, ହେମା ସଂଜୀବଙ୍କୁ ତ ବିବାହ କରିବାକୁ ମନା କରିଦେଇଥିଲେ କିନ୍ତୁ ତାଙ୍କ ମନରେ ଜିତେନ୍ଦ୍ରଙ୍କ ପ୍ରତି ଦୁର୍ବଳତା ଚାଲିଆସିଥିଲା । ଦୁହେଁ ଯେତେବେଳେ ସିନେମା ‘ଦୁଲ୍ହନ’ର ସୁଟିଂ କରୁଥିଲେ ସେତେବେଳେ ଦୁହେଁ ନିଜର ପ୍ରେମକୁ ପରସ୍ପରଠାରେ ବ୍ୟକ୍ତ କରିଥିଲେ । ଏଥିରେ ଦୁହିଁଙ୍କ ପରିବାରଲୋକେ ରାଜି ହୋଇଯାଇଥିଲେ । ଜିତେନ୍ଦ୍ର କିନ୍ତୁ ତାଙ୍କ ପିଲାଦିନର ବାନ୍ଧବୀ ଶୋଭାଙ୍କୁ ଡେଟିଂ କରୁଥିଲେ । ଯେତେବେଳେ ହେମା ଏସଂପର୍କରେ ଜାଣିବାକୁ ପାଇଥିଲେ ସେତେବେଳେ ସେ ବିବାହ ପାଇଁ ମନା କରି ଦେଇଥିଲେ । ଆଉ ଏହି ସମୟରେ ପୁଣି ଥରେ ଧର୍ମେନ୍ଦ୍ରଙ୍କର ଏଂଟ୍ରି ହୋଇଥିଲା ।

ଏଥରକ କିନ୍ତୁ ଧର୍ମେନ୍ଦ୍ର ପୁରା ଶପଥ କରି ଦେଇଥିଲେ କି କୌଣସି ବି ହାଲତରେ ସେ ହେମାଙ୍କୁ ବିବାହ କରିବେ । ଯେଉଁଥିରେ ତାଙ୍କ ସାଥ୍ ଦେଇଥିଲେ ହେମା । ଉଭୟେ ପରିବାରଙ୍କ ବିରୋଧରେ ଯାଇ ବିବାହ କରିଥିଲେ । ତେବେ ହେମା ଏକ ସାକ୍ଷାତକାରରେ କହିଥିଲେ କି, ଧର୍ମେନ୍ଦ୍ରଙ୍କ ପ୍ରତି ତାଙ୍କର ଆକର୍ଷଣର ମୁଖ୍ୟ କାରଣ ଥିଲା ସେ ତାଙ୍କ ମାଆଙ୍କ ପରି ଶାନ୍ତ ସରଳ ସ୍ୱଭାବର ଅଟନ୍ତି । ୧୯୭୯ରେ ଧର୍ମେନ୍ଦ୍ର ଏବଂ ହେମା ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଅଛନ୍ତି ।