ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ : ଘରର ଆସବାବପତ୍ର ଥରି ଉଠିଥିବା ଦେଖିବାକୁ ମିଳିଛି

185

କନକ ବ୍ୟୁରୋ : ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ । ଗତକାଲି ରାତି ୧୦ଟା ୧୨ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ବ୍ରହ୍ମପୁର ସମେତ ରଙ୍ଗେଇଲୁଣ୍ଡା, ଚିକିଟି ଓ ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ଲୋକେ ଆତଙ୍କିତ ହୋଇ ଘର ବାହାରକୁ ପଳାଇ ଆସିଥିଲେ । ଭୂମିକମ୍ପ ବେଳେ ଘରର ଆସବାବପତ୍ର ଥରି ଉଠିଥିବା ଦେଖିବାକୁ ମିଳିଛି ।