ଶିକ୍ଷକ ଫସିଗଲେ ହନିଟ୍ରାପରେ । ଶାରୀରିକ ସମ୍ପର୍କର ପ୍ରଲୋଭନ ଦେଖାଇଲେ ଫେସବୁକ ବାନ୍ଧବୀ, ଟଙ୍କା ପାଇବା ପରେ ଆକାଉଣ୍ଟ ହୋଇଗଲା ଉଭାନ୍ ।

562

କନକ ବ୍ୟୁରୋ :  ହନିଟ୍ରାପରେ ଫସି ଜଣେ ଯୁବକ ୬୦ ହଜାର ଟଙ୍କା ହରାଇଛନ୍ତି। ଲୁଟର ଶିକାର ଯୁବକଜଣଙ୍କ ଇନଫୋସିଟି ଅଞ୍ଚଳରେ ଥିବା‌ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ। ନଗ୍ନ ଫଟୋ ଦେଖାଇବା ସହ ଶାରୀରିକ ସଂପର୍କର ପ୍ରଲୋଭନ ଦେଖାଇ ଜଣେ ଯୁବତୀ ତାଙ୍କଠାରୁ ୩ଟି ପର୍ଯ୍ୟାୟରେ ଏହି ଟଙ୍କା ଠକି ନେଇଥିବା ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଜଣେ ଯୁବତୀଙ୍କ ସହ ଫେସବୁକରେ ତାଙ୍କର ବନ୍ଧୁତା ହୋଇଥିଲେ। ଯୁବତୀଜଣଙ୍କ ଚାଟିଂ ଓ ଭିଡିଓ କଲ ମଧ୍ୟ କରୁଥିିକଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରୁ ଯୁବତୀଜଣଙ୍କ ତାଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭନ ଦେଖାଇଥିଲେ। ଏଥିପାଇଁ ସେ ଯୁବକଙ୍କଠାରୁ ୩ଟି ପର୍ଯ୍ୟାୟରେ ମୋଟ ୬୦ ହଜାର ଟଙ୍କା ନେଇଥିଲେ। ଟଙ୍କା ପାଇଯିବା ପରେ ସେ ଉକ୍ତ ଫେସବୁକ୍ ଆକାଉଣ୍ଟଟି ଉଭାନ୍‌ ହୋଇଯାଇଥିଲା। ଯୁବତୀଙ୍କ ସହ ଅନ୍ୟ ସବୁପ୍ରକାର ଯୋଗାଯୋଗ ମଧ୍ୟ ବନ୍ଦ ହୋଇଯାଇଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସର ଦ୍ବାରସ୍ଥ ହୋଇଥିଲେ।