ମହାମାରୀ ବେଳେ ନିଆରା ବାହାଘର । ଶଗଡ଼ ଗାଡିରେ ଚଢି ବାହାହବାକୁ ଗଲା ବର ।

212

କନକ ବ୍ୟୁରୋ : ଆପଣ ଅନେକ ବାହାଘର ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିନ୍ନ ବାହାଘର ବିଷୟରେ କହିବୁ । ଯେଉଁଠି ଦାମୀ ଗାଡି ନୁହେଁ, ବର ଶଗଡରେ ବାହାହବାକୁ ଯାଇଥିଲେ ବର । ଖାଲି ବର ନୁହେଁ, ପୂରା ବରଯାତ୍ରୀ ୩୫ କିଲୋମିଟର ଶଗଡଗାଡିରେ ଯାଇଥିଲେ ।

ବର ଛୋଟେ ଲାଲ୍ ପାଲ୍ କହିଛନ୍ତି, ଶଗଡ ଗାଡିରେ ଏମିତି ବାହାହବା ପାଇଁ ସେ ବହୁତ ଆଗରୁ ଭାବିଥିଲେ । ପୁରୁଣା ପରମ୍ପରାକୁ ବଜାୟ ରଖିବା ଏବଂ ବାୟୁ ପ୍ରଦୂଷଣକୁ ନଜରରେ ରଖି ସେ ଏପରି ନିଷ୍ପତି ନେଇଛନ୍ତି । ସେ କହିଛନ୍ତି, ଆମ ପୂର୍ବ ପୁରୁଷମାନେ ଏହିପରି ଭାବେ ଶଗଡ ଗାଡିରେ ବିବାହ କରିବାକୁ ଯାଉଥିଲେ ।

ଏହି ବାହାଘରରେ ଆଉଏକ କଥା ମଧ୍ୟ ସ୍ୱତନ୍ତ୍ର ଥିଲା । ଆପଣ ଦେଖିଥିବେ ବରଯାତ୍ରୀ ଆଗରେ ଡିଜେ ଗାଡି ବାଜିଥାଏ । କିନ୍ତୁ ଏଠାରେ ସେମିତି ହୋଇନଥିଲା । ଗାଁର ବଛା ବଛା ଗାୟକମାନଙ୍କୁ ଚୟନ କରାଯାଇଥିଲା । ଏବଂ ପାରମ୍ପରିକ ଗୀତ ଗାଇ ସେମାନେ ଲୋକଙ୍କୁ ଆକର୍ଷିତ କରିଥିଲେ ।

ବର କହିଛନ୍ତି, ଏପରି କରିବାର ଉଦ୍ଦେଶ୍ୟ ହେଉଛି, ରୀତିନୀତି ଏବଂ ପରମ୍ପରାକୁ ଜୀବନ୍ତ ରଖିବା, ଯାହାକୁ ଲୋକମାନେ ଭୁଲି ଭୁଲି ଯାଉଛନ୍ତି । ତେବେ ଏହି ବାହାଘରକୁ ବୃଦ୍ଧ ଲୋକମାନେ ବେଶ ପ୍ରଂଶସା କରିଥିବା ବେଳେ, ଯୁବଗୋଷ୍ଠୀ ବରଯାତ୍ରୀ ଯିବା ସମୟର ଭିଡିଓ ରେକର୍ଡିଂ କରୁଥିଲେ ।