ମୃତ୍ୟୁର ୭ ମାସ ପରେ ମଧ୍ୟ ଅନଲାଇନ୍ ଥିଲେ ମହିଳା ! ସତ ପ୍ରଘଟ ହେବା ପରେ ପୋଲିସ୍ ମଧ୍ୟ ହେଲେ ଚକିତ ।

974

ଉତ୍ତରପ୍ରଦେଶର ଗୋରଖପୁରରେ ଚକିତ କରିଦେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । ଏଠାରେ ଚର୍ଚ୍ଚିତ ଡାକ୍ତର ଡି.ପି ସିଂହଙ୍କ ପୂର୍ବପତ୍ନୀ ରାକ୍ଷୀ ଶ୍ରୀବାସ୍ତବଙ୍କୁ ହତ୍ୟାର ଆରୋପରେ ୟୁପି ଏସଟିଏଫ୍ ଗିରଫ କରିଛି । ପଚରାଉଚରା ସମୟରେ ଅଭିଯୁକ୍ତ କହିଥିଲେ ଯେ ସାତ ମାସ ପୂର୍ବରୁ ପ୍ରଥମେ ସେ ରାକ୍ଷୀଙ୍କୁ ନେପାଳର ପୋଖରାରେ ଏକ ପାହାଡରୁ ଘାଟି ତଳକୁ ପେଲି ହତ୍ୟା କରିଥିଲେ । କେବଳ ଏତିକି ନୁହଁ ପୋଲିସ୍ କୁ ଯେଭଳି ସନ୍ଦେହ ନ ହୁଏ ଏଥିପାଇଁ କିଛି ମାସ ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ରୁ ମଧ୍ୟ ଅପଡେଟ୍ କରି ଆସୁଥିଲେ ।

ଅଭିଯୁକ୍ତଙ୍କ କହିବାନୁସାରେ ସେ ପାଞ୍ଚଥର ରାକ୍ଷୀଙ୍କୁ ମାରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଷଷ୍ଠ ଥର ସେ ସଫଳ ହୋଇଥିଲେ । ପ୍ରଥମେ ପୋଲିସ୍ ରାକ୍ଷୀଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ ଏନେଇ ପଚରାଉଚରା କରିଥିଲେ କିନ୍ତୁ ଏନେଇ କିଛି ପ୍ରମାଣ ହାତକୁ ନ ଆସିବା ପରେ ସେ ଡି.ପି ସିଂହଙ୍କୁ ପ୍ରଶ୍ନ କରିଥିଲେ । ଏନେଇ ରାକ୍ଷୀଙ୍କ ମୋବାଇଲ୍ କୁ ଟ୍ରାକ୍ କରିଥିବା ବେଳେ ସେ ମୃତ୍ୟୁ ପୂର୍ବରୁ ନେପାଳରେ ଥିବା କଥା ସାମ୍ନାକୁ ଆସିଥିଲା । ଏହାପରେ ନେପାଳ ପୋଲିସ୍ କୁ ଯୋଗାଯୋଗ କରିବା ପରେ ରାକ୍ଷୀଙ୍କ ମୃତ୍ୟୁ ଖବର ମିଳିିଥିଲା । ସେ ମନିଷଙ୍କ ସହ ନେପାଳ ଯାଇଥିଲେ ଏବଂ କେବଳ ମନିଷ୍ ଘରକୁ ଫେରିଥିଲେ ରାକ୍ଷୀ ଆଉ ଫେରିନଥିଲେ ।