ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କଲେ ଦିଲ୍ଲୀପ ତିର୍କୀ  । କହିଲେ , ସୁନ୍ଦରଗଡବାସୀଙ୍କ ଆଶୀର୍ବାଦ ମୋତେ ବିଜୟୀ କରିବ’ ।

348

କନକ ବ୍ୟୁରୋ: ପ୍ରାର୍ଥୀ ଘୋଷଣା ହେବା ପରେ ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ସୁନ୍ଦରଗଡ ଲୋକସଭା ପାଇଁ ପ୍ରାର୍ଥୀ ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ପ୍ରାଥୀ କରିଛି । ଆଉ ପ୍ରାର୍ଥୀ ପତ୍ର ଘୋଷଣା ହେବା ପରେ ଆଜି ସୁନ୍ଦରଗଡରେ ଆସି ପହଞ୍ଚିିଛନ୍ତି ଦିଲ୍ଲୀପ । ଆଜି ପବିତ୍ର ଗୁଡଫ୍ରାଇଡେ ହୋଇଥିବାରୁ ସୁନ୍ଦରଗଡ ମିସନ ରୋଡ ଚର୍ଚ୍ଚରେ ସେ ପ୍ରଭୂ ଯୀଶୁଙ୍କ ପାଖରେ ପ୍ରାର୍ଥନା କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି ।

 ସୁନ୍ଦରଗଡବାସୀଙ୍କ ଭରସା ଓ ଆଶୀର୍ବାଦ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି । ସବୁବେଳେ ସୁନ୍ଦରଗଡବାସୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ତାଙ୍କ ଉପରେ ରହିଆସିଛି । ଆଗକୁ ସେମାନଙ୍କର ଏହି ଆଶୀର୍ବାଦ ମଧ୍ୟ ତାଙ୍କୁ ବିଜୟୀ କରିବ ବୋଲି ସେ ଦୃଢତା ପ୍ରକାଶ କରିଛନ୍ତି । ଏହାସହ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଜିଲ୍ଲାକୁ ଆହୁରି ଆଗେଇ ନେବେ ବୋଲି କହିଛନ୍ତି ଦିଲ୍ଲୀପ  ।