ଖୋର୍ଦ୍ଧା ବଟଲିଂ ପ୍ଲାଂଟ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ଲେଖିଲେ, ଅସହଯୋଗ ବଦଳରେ ସହଯୋଗର ହାତ ବଢ଼ାନ୍ତୁ ନବୀନ

୧୫୦ କୋଟିର ପ୍ରକଳ୍ପ ପାଇଁ ରହିଛି ପ୍ରସ୍ତାବ

148

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଖୋର୍ଦ୍ଧାରେ ଏଲପିଜି ବଟଲିଂ ପ୍ଲାଂଟ ପ୍ରକଳ୍ପ ନେଇ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରକଳ୍ପ ପାଇଁ ଜମି ଯୋଗାଇବା ପ୍ରସଙ୍ଗରେ ସେ ସହଯୋଗ ଲୋଡିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଅସହଯୋଗ ବଦଳରେ  ସହଯୋଗର ହାତ ବଢାଇବାକୁ କହିଛନ୍ତି । ସିଙ୍ଗଲ ୱିଣ୍ଡୋ କମିଟିର ଅନୁମତି ସତ୍ୱେ ଜମି ହସ୍ତାନ୍ତରଣରେ ଅସହଯୋଗକୁ ନେଇ ଧର୍ମେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି ।

ପ୍ରକଳ୍ପ ପାଇଁ ସବୁ ମଂଜୁରୀ ମିଳିଛିି , ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି, ଜମି ମିଳିଲେ  ହିଁ କାମ ଆରମ୍ଭ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ସ୍ଥାନୀୟ ଲୋକ ଓ ସ୍ଥାନୀୟ ଅର୍ଥନୀତିକୁ ବଡ ସାହାର୍ଯ୍ୟ  ଦେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଜମି ହସ୍ତାନ୍ତରଣକୁ ସଂପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷରେ , ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ବଡ କସରତ । ଦଳ ପକ୍ଷରୁ ଭଦ୍ରକରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଭଦ୍ରକରେ ଅନୁଷ୍ଠିତ ହେଉଛି ଏହି ଦଳୀୟ ସମାବେଶ । ଏଥିରେ ରାଜ୍ୟ ଓ ଜିଲ୍ଳାର ଅନେକ ତୁଙ୍ଗ ନେତାଙ୍କ ଶହ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ଏହା ସହ ଓଡ଼ିଶାରେ ଏକ ରାଜନୈତିକ ପରିବର୍ତନର ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।