ରାମଦେବ ବାବାଙ୍କ ଦିବ୍ୟ ଫାର୍ମାସୀକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ! ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଂଟାଯାଉ କମ୍ପାନୀର ଲାଭାଂଶ

188

ଉତ୍ତରାଖଣ୍ଡ ହାଇକୋର୍ଟ ବାବା ରାମଦେବଙ୍କ ଦିବ୍ୟ ଫାର୍ମାସୀକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାମଦେବଙ୍କ ଦିବ୍ୟ ଫାର୍ମାସୀ କମ୍ପାନୀ ଲାଭାଂଶରର  ୨କୋଟି ଟଙ୍କା ସ୍ଥାନୀୟ କୃଷକ ଓ ଲୋକଙ୍କ ମଧ୍ୟରେ ବାଂଟିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟ ଉତ୍ତରାଖଣ୍ଡ ବାୟୋଡାଭର୍ସିଟି ବୋର୍ଡ଼ (ୟୁବିବି) ବିରୋଧରେ ଦାଏର କରିଥିବା ଦିବ୍ୟ ଫାର୍ମାସୀର କେସକୁ ଖାରଜ କରିଛନ୍ତି । ଏବଂ ଜୈବ ବିବିଧତା ଅଧିନିୟମ ୨୦୦୨ ଅନୁସାରେ ଲାଭାଂଶକୁ ସ୍ଥାନୀୟ ଲୋକଙ୍କ ସହ ବାଂଟିବାର ପ୍ରାବଧାନକୁ ଲାଗୁ କରିବା ପାଇଁ କହିଛନ୍ତି ।

କୋର୍ଟଙ୍କ ଅନୁସାରେ ଆୟୁର୍ବେଦିକ ଔଷକ୍ଷ ପ୍ରସ୍ତୁତି ପାଇଁ ପ୍ରାକୃତିକ ଜଡ଼ିବୁଟିର ବ୍ୟବହାର କରାଯାଇଥାଏ  । ଆଉ ଏହି କଂଚା ମାଲ ପାଇଁ ରାମଦେବ କମ୍ପାନୀକୁ ୪୨୧ କୋଟି ଲାଭରୁ ୨ କୋଟି ଲାଭାଂଶ ବାଂଟିବା ଦରକାର । ଏହାପୂର୍ବରୁ ୟୁଜିବି ବାୟୋଲୋଜିକାଲ ଡାଇଭର୍ସିଟି ଆକ୍ଟ ଅନୁସାରେ କମ୍ପାନୀର କୃଷକ ଓ ସ୍ଥାନୀୟ ଲୋକଙ୍କ ଲାଭାଂଶ ବାଂଟିବାକୁ ନିର୍ଦ୍ଦେଶ ହୋଇଛି । ଅନ୍ୟପଟେ ରାମଦେବଙ୍କ ଦିବ୍ୟ ଫାର୍ମାସୀ ଦାବି କରି କହିଛି, ୟୁବିବି ପାଖରେ ଏପରି ନିର୍ଦ୍ଦେଶ ପାଇଁ କୌଣସି ଶକ୍ତି କି ଅଧିକାର ନାହିଁ  । ଏହାସହ ରାମଦେବ ଦିବ୍ୟ ଫାର୍ମାସୀ କମ୍ପାନୀ କୌଣସି ପ୍ରକାଶ ଅଂଶଧନ ଦେବା ପାଇଁ ବାଧ୍ୟ ନୁହେଁ ।

ଏହାର ଉତ୍ତରରେ କୋର୍ଟ କହିଛନ୍ତି ୟୁବିବି ନିଜର ଅଧିକାର ଅଧିନସ୍ଥ ରାଶିର ନେଇ ନିର୍ଦ୍ଦେଶ ଦେଇପାରିବେ  । କାରଣ ଜୈବିକ ସଂସାଧନ କେବଳ ଜାତୀୟ ସମ୍ପତି ନୁହେଁ, ଯେଉଁମାନେ ସେଗୁଡ଼ିକର ଉତ୍ପାଦନ କରନ୍ତି ସେମାନେ ମଧ୍ୟ ଉକ୍ତ ସମ୍ପତିର ଅଧିକାରୀ  । ସଂସଦରେ ୨୦୦୨ରେ ଏନେଇ ନିୟମ ପ୍ରଣୟନ ହୋଇଥିଲା । ନିୟମ ଅନୁସାରେ ଜଙ୍ଗଲ ଓ ଜୈବିକ ଜଡ଼ିବୁଟି ବ୍ୟବହାର ବଦଳରେ ସ୍ଥାନୀୟ ଲୋକଙ୍କୁ ଲାଭଂଶ ଦିଆଯିବ ।