ମହାପ୍ରଭୁଙ୍କୁ ସାଢେ ୪ କେଜି ସୁନା ଦାନ । ୪ କେଜି ୮୭୫ ଗ୍ରାମର ସୁନା ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ ।

225

କନକ ବ୍ୟୁରୋ : ମହାପ୍ରଭୁଙ୍କୁ ସାଢେ ୪ କେଜି ସୁନା ଦାନ । ୪ କେଜି ୮୭୫ ଗ୍ରାମର ସୁନା ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ । ଶ୍ରୀଜୀଉଙ୍କ ଝୋବା, ଶ୍ରୀମୁଖ, ପଦ୍ମ ଆଦି ଅଳଙ୍କାର ପାଇଁ ଦାନ । ଜଣେ ଭକ୍ତ ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଶ୍ରୀଜୀଉଙ୍କୁ ଏହି ସବୁ ସୁନା ଅଳଙ୍କାର ଦାନ କରିଛନ୍ତି ।

ପୂର୍ବରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ସୁନା ଅଳଙ୍କାର ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ମନ୍ଦିର ପ୍ରଶାସନକୁ ଏହି ଅଳଙ୍କାର ହସ୍ତାନ୍ତର କରାଯାଇଛି । କେବଳ ସୁନା ନୁହେଁ ଅନେକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଟଙ୍କା ମଧ୍ୟ ଦାନ କରିଥାନ୍ତି ।

କୋଭିଡ ଯୋଗୁଁ ଦୀର୍ଘ ଦିନ ହେବ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ । ହେଲେ ଏବେ ସରକାର ଏହି କଟକଣାକୁ ଉଠାଇଦେଇଛନ୍ତି । ଏଥର ମହାପ୍ରଭୁଙ୍କ ଦର୍ଶନ ସ୍ୱାଭାବିକ ହୋଇଯାଇଛି ।