ଯବାନଙ୍କୁ ଶେଷ ସମ୍ମାନ ! ଢେଙ୍କାନାଳ ପାଟଣାସାହିରେ ବାୟୁସେନା ଯବାନ ଅଚ୍ୟୁନାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ

31

କନକ ବ୍ୟୁରୋ: ଯବାନଙ୍କୁ ଶେଷ ସମ୍ମାନ । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଯବାନଙ୍କ ଶେଷକୃତ୍ୟ ଢେଙ୍କାନାଳରେ ସମ୍ପନ୍ନ ହୋଇଛି । ସୂଚନା ମୁତାବକ, ରାଜସ୍ଥାନର ସୁରତଗଡରେ ବାୟୁସେନାର ୧୦୪ ସ୍କ୍ୱାଡ୍ରନରେ କାର୍ଯ୍ୟରତ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପାଟଣାସାହିର ଅଚ୍ୟୁତାନନ୍ଦ ସାହୁ ଏକ ସଡକ ଦୁର୍ଘଟଣାରେ ଶନିବାର ରାତିରେ ପ୍ରାଣ ହରାଇଥିଲେ ।

ରାଜସ୍ଥାନରୁ ଏକ ସ୍ୱତନ୍ତ୍ର ବିମାନରେ ଅଚ୍ୟୁତାନନ୍ଦଙ୍କ ମରଶରୀର ପହଂଚିବା ପରେ ବାୟୁସେନା ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଆଉ ୭ ଦିନ ପରେ ଛୁଟିରେ ଘରକୁ ଫେରିବାକୁ ଥିବା ଅଚ୍ୟୁତାନନ୍ଦଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବାୟୁସେନା ଯବାନ ଅଚ୍ୟୁତାନନ୍ଦଙ୍କ ପୈତୃକ ଗ୍ରାମ ପାଟଣାସାହିରେ ଅଶ୍ରୁଳ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।