ବାଣ ବିକ୍ରି ପାଇଁ ‘ସବୁଜ ପରିବା’ର ବ୍ୟବହାର ! ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲଙ୍ଘନ କରି ସବୁଜ ପରିବାରେ ବାଣ ପୁରାଇ ବିକ୍ରି କଲେ ବ୍ୟବସାଇ ।
ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅତ୍ୟନ୍ତ ଚତୁରତାର ସହ ବେପାର କରିଛନ୍ତି ଦିଲ୍ଲୀର ବେପାରୀମାନେ।
ବାୟୁ ପ୍ରଦୂଷଣ ରୋକିବା ପାଇଁ ନିକଟରେ ସୁପ୍ରିମକୋର୍ଟ ଗ୍ରୀନ୍ କ୍ରାକର୍ ବା ସବୁଜ ବାଣ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅତ୍ୟନ୍ତ ଚତୁରତାର ସହ ବେପାର କରିଛନ୍ତି ଦିଲ୍ଲୀର ବେପାରୀମାନେ। ଯେଉଁ ଭଳି ଭାବେ ବେପାର କରିଛନ୍ତି ତାହା ଜାଣିଲେ ଆପଣ ଚକିତ ହୋଇଯିବେ। ସେମାନେ ସବୁଜ ପରିବା ଭିତରେ ବାରୁଦ ଓ ବାଣ ପୂରାଇ ବେପାର ଚଳାଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ବାଣ ବେପାରୀଙ୍କ ବ୍ୟବସାୟ ଉପରେ ପ୍ରଭାବ ପକାଇବାର ଆଶଙ୍କା ନିଶ୍ଚୟ ଦେଖା ଦେଇଥିଲା। ସର୍ଦାର ବଜାରର ବାଣ ବେପାରୀମାନେ ପରିବା ଭିତରେ ବାଣ ଓ ବାରୁଦ ପୂରାଇ ବିକ୍ରି କରୁଥିବାର ଦୃଶ୍ୟ ଟୁଇଟରେ ଦେଖିବାକୁ ମିଳିଛି। ଦିଲ୍ଲୀର ସର୍ଦାର ବଜାର ହେଉଛି ହୋଲସେଲ୍ ମାର୍କେଟ୍। ବାଣ ବିକ୍ରି ପାଇଁ ଜାତୀୟ ରାଜଧାନୀର ଏହା ଏକ ପ୍ରମୁଖ ବଜାର । ପଚାରାଯିବାରୁ ସର୍ଦାର ବଜାର ଜନକଲ୍ୟାଣ ସଂଘର ଅଧ୍ୟକ୍ଷ କହନ୍ତି, ‘ ଗ୍ରୀନ୍ କ୍ରାକର୍ କ’ଣ ଆମେ ଜାଣିନାହୁଁ। ବଜାରରେ ସେପରି କୌଣସି ବାଣ ନାହିଁ ।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୩ ତାରିଖରେ ସୁପ୍ରିମକୋର୍ଟ ସବୁଜ ବାଣକୁ ଛାଡ଼ିବା ପରେ ଆଉ ସବୁ ବାଣ ବିକ୍ରି ଉପରେ ପ୍ରତିବନ୍ଧ ଲଗାଇଥିଲେ। କିନ୍ତୁ ଏହାକୁ ବାଣ ବେପାରିମାନେ ଉଲଙ୍ଘନ କରିଛନ୍ତି । ସବୁଜ ପରିବା ଭିତରେ ଅତି ଚାଲକର ସହ ବାଣ ପୁରାଇ ବିକ୍ରି କରିଛନ୍ତି ।