ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୁଷିତ ରାଜଧାନୀ । ବିଶ୍ୱର ସବୁଠାରୁ ଅଧିକ ପ୍ରଦୁଷିତ ୫୦ ସହର ମଧ୍ୟରୁ ଭାରତରେ ରହିଛି ୩୫ ସହର

151

କନକ ବ୍ୟୁରୋ : ଦୁନିଆର ସବୁଠାରୁ ପ୍ରଦୁଷିତ ୫୦ ସହର ମଧ୍ୟରୁ ଭାରତରେ ରହିଛି ୩୫ ସହର । କେବଳ ସେତିକି ନୁହେଁ ଦୁନିଆର ସବୁଠାରୁ ପ୍ରଦୁଷିତ ରାଜଧାନୀ ସୂଚୀରେ ଦିଲ୍ଲୀର ସ୍ଥାନ ସବୁଠାରୁ ଉପରେ । ସ୍ୱିସ୍ ସଂଗଠନ ‘ଆଇକ୍ୟୁ ଏୟର’ ଦ୍ୱାରା ମଙ୍ଗଳବାର ଜାରି କରାଯାଇଥିବା ‘ବିଶ୍ୱ ଏୟାର କ୍ୱାଲିଟ୍ ରିପୋର୍ଟ,୨୦୨୦’ ରେ ଏହି କଥା କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି କି ୨୦୧୯ ତୁଳନାରେ ୨୦୨୦ ରେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସୁଧାର ଆସିଛି । ଏହି ସୁଧାର ପରେ ବି ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୁଷିତ ସହର ମଧ୍ୟରେ ୧୦ମ ସ୍ଥାନରେ ରହିଛି । ମାତ୍ର ବିଶ୍ୱର ରାଜଧାନୀ ସହରର କଥା କୁହାଗଲେ ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୁଷିତ ରାଜଧାନୀ ।

ରିପୋର୍ଟ ମୁତାବକ ବିଶ୍ୱର ସବୁଠାରୁ ପ୍ରଦୁଷିତ ସହର ମାନଙ୍କ ମାନଙ୍କ ମଧ୍ୟରେ ଭାରତରେ ଅଧିକ ସହର ରହିଛି । ବିଶ୍ୱର ୩୦ ସହର ମଧ୍ୟରୁ ଭାରତରେ ୨୨ ଟି ସହର ରହିଛି । ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶର ଗାଜିଆବାଦ, ବୁଲନ୍ଦସହର, ଜଲାଲପୁର, ନୋଏଡା, ଗ୍ରେଟର ନୋଏଡା, କାନପୁର, ଲକ୍ଷେ୍ନø, ମିରଠ୍, ଆଗ୍ରା, ଓ ମୁଜାଫରନଗର । ସେହିଭଳି ରାଜସ୍ଥାନର ଭିବାଡୀ, ହରିଆଣାର ଫରିଦାବାଦ, ଜୀନ୍ଦ, ହିସାର, ଫତେହାବାଦ, ବନ୍ଧବାଡୀ, ଗୁରୁଗ୍ରାମ, ଯମୁନାନଗର, ରୋହତକ , ବିହାରର ମୁଜାଫରପୁର ଆଦି ସହର ରହିଛି । ଅନ୍ୟପ;ଟେ ବିଶ୍ୱର ସବୁଠାରୁ ଅଧିକ ପ୍ରଦୁଷିତ ସହର ଭାବେ ଚୀନର ଶିଂଜୟାଙ୍ଗ ସହର ରହିଛି । ଉପର ପଟୁ ୨ ରୁ ୧୦ ଅର୍ଥାତ ପ୍ରମୁଖ ୧୦ ଟି ପ୍ରଦୁଷିତ ସହର ମଧ୍ୟରୁ ୯ ଟି ସହର ଭାରତରେ ରହିଛି ।