କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ଲୋଡି ରାଜ୍ୟରୁ ରାଜ୍ୟକୁ ବୁଲୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଝାଡଖଣ୍ଡରେ ପହଁଚି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କଠୁ ଲୋଡିଲେ ସମର୍ଥନ

93

କନକ ବ୍ୟୁରୋ : କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରି ବିରୋଧୀଦଳଙ୍କଠୁ ବଳ ଗୋଟାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଶୁକ୍ରବାର ଝାଡଖଣ୍ଡରେ ପହଁଚି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି ଅରବିନ୍ଦ କେଜ୍ରିୱାଲ । ସାକ୍ଷାତ ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଅଧ୍ୟାଦେଶକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଏଭଳି ଅଧ୍ୟାଦେଶ ଆଣି ଦେଶର ଶକ୍ତି ଉପରେ ପ୍ରହାର କରାଯାଉଛି । ଏହା ବିରୋଧରେ ବିରୋଧୀଦଳମାନେ ଏକାଠି ଆଗକୁ ଆସିବା ଉଚିତ ବୋଲି ହେମନ୍ତ ସୋରେନ କହିଛନ୍ତି ।