କନକ ବ୍ୟୁରୋ : କୂଅ ଭିତରେ ହରିଣ । ପାଣି ପିଇବା ପାଇଁ ଆସି ହରିଣଟି କୂଅ ଭିତରେ ପଡି ଯାଇଥିବା ଅନୁମାନ କରାଯାଉଛି । କେନ୍ଦୁଝର ଆନନ୍ଦପୁର ବନଖଣ୍ଡ ଅଂଚଳର ଲଣ୍ଡାବର ଗାଁରେ ଥିବା ଏକ କୂଅ ଭିତରେ ହରିଣଟି ପଡିଯାଇଥିଲା । ତେବେ କୂଅରେ ବେଶି ପାଣି ନଥିବା ବେଳେ ହରିଣଟି ତା ଭିତରେ ଗୁରୁତର ଅବସ୍ଥାରେ ପଡି ରହିଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଂଚି ହରିଣଟିକୁ ଉଦ୍ଧାର କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ –