ଢେଙ୍କାନାଳ: ଓଡାପଡା ବ୍ଲକ ସିମିନଇ ଗାଁରେ ଉତ୍ୟକ୍ତ ହୋଇ ଶାଶୁ ଉପରକୁ ଗରମ ପାଣି ଫିଂଗିଲା ବୋହୂ

45

କନକ ବ୍ୟୁରୋ : ଢେଙ୍କାନାଳ ଓଡାପଡା ବ୍ଲକ ସିମିନଇ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏହି ଗାଁର ଜଣେ ବୋହୂ ଉତ୍ୟକ୍ତ ହୋଇ ଶାଶୁ ଉପରକୁ ଗରମ ପାଣି ଫିଂଗିଥିବା ଅଭିଯୋଗ ହୋଇଛି । ଶାଶୁ ଖାଇବାକୁ ମାଗିବାରୁ ବୋହୂ ଜଣକ ଗରମ ପାଣି ଫିଂଗିଥିବା ଶାଶୁ ଅଭିଯୋଗ କରିଛନ୍ତି । ଗୁରତର ଅବସ୍ଥାରେ ଶାଶୁଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବାବଦରେ ଶାଶୁ ବୋହୂ ନାଁରେ ସଦର ଥାନାରେ ଅଭିଯୋଗ କରିଛନ୍ତି ।