ଅଦିନିଆ ବର୍ଷାରେ ଫସଲ ନଷ୍ଟ ପ୍ରସଙ୍ଗ ! ୭ଦିନ ଭିତରେ ସରକାରଙ୍କୁ ରିପୋର୍ଟ ଦେବେ ଅଧିକାରୀ

28

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ । ଫସଲ କ୍ଷୟକ୍ଷତି ନେଇ ୭ଦିନ ଭିତରେ ସରକାରଙ୍କୁ ରିପୋର୍ଟ ଦେବେ ଅଧିକାରୀ । ଚାଷୀମାନଙ୍କର କ୍ଷତି ହୋଇଥିଲେ ସରକାର ସେ କଥା ବୁଝିବେ ବୋଲି ଦାମ ରାଉତ କହିଛନ୍ତି ।

ଏଥିରେ ଅନ୍ୟ କାହାର ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସେପଟେ କୃଷି ମନ୍ତ୍ରୀଙ୍କ କୁଜଙ୍ଗ ଗସ୍ତ ବେଳେ ଚାଷୀଙ୍କ ପ୍ରତିବାଦ ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖିଛନ୍ତି ଦାମ ରାଉତ । ପ୍ରତିବାଦକାରୀଙ୍କ ମଧ୍ୟରେ କେହି ଚାଷି ନଥିଲେ ଏବଂ କୁଜଙ୍ଗର ପ୍ରତି ଘର ତାଙ୍କର ଜଣାଶୁଣା ବୋଲି କୃଷି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ।