ଶ୍ରୀମନ୍ଦିର ସଂସ୍କାର ପାଇଁ ରାସ୍ତାରେ ସାଧୁସନ୍ଥ : କଟକରେ ବିଶାଳ ରାଲି

24

କଟକ ବ୍ୟୁରୋ, କନକ ନ୍ୟୁଜ୍ : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିଶାଳ ରାଲି । ସାଧୁସନ୍ଥ, ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଏହି ରାଲିରେ ସାମିଲ ହୋଇଛନ୍ତି । ନିଳାଦ୍ରୀ ବିଜେ ବିଶୃଙ୍ଖଳା ପରେ ଗଠିତ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିବାକୁ ରାଲିରେ ପ୍ରାୟ ୧୦ ହଜାର ସାଧୁସନ୍ଥ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ଆଜି ଏହି ରାଲିରେ ଯାଇ ଜଷ୍ଟିସ ବି.ପି. ଦାସଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି । ଆସନ୍ତାକାଲି ସତ୍ୟପାଠ ଦାଖଲର ଶେଷ ଦିନ ଥିବାରୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀମନ୍ଦିର ସଂସ୍କାର ପାଇଂ ୭ ଦଫା ପ୍ରସ୍ତାବ ସମ୍ବଳିତ ସତ୍ୟପାଠ ଦାଖଲ କରିଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :