କଟକ ମହାନଗର ନିଗମର ଉପନିର୍ବାଚନ :ବୁଥରେ ଉତେଜନା

18

କଟକ ବ୍ୟୁରୋ ,କନକ ନ୍ୟୁଜ୍ : କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସମୟରେ ୪ଟି ବୁଥରେ ଉତେଜନା ଦେଖାଦେଇଛି । ବୁଥ୍ ଗୁଡିକ ହେଲା , ୧୩୧,୧୩୨, ୧୩୩ ଓ ୧୩୪ । କଂଗ୍ରେସ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଉତେଜନା ସୃଷ୍ଟି ହୋଇଛି । ସମସ୍ୟାର ସମାଧାନ ପାଇଁ ଘଟଣାସ୍ଥଳରେ ଡିସିପି ପଂହଚିଥିଲେ । ଏହାସହ ଅଧିକା ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୃତୟନ କରାଯାଇଛି । ସାଢେ ଗୋଟେ ସୁଦ୍ଧା ୩୭ ପ୍ରତିଶତ ମତଦାନ ହୋଇଛି । ଏହି ଉପନିର୍ବାଚନରେ ମୋଟ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ବିଜେଡି ଭାଇବୋହୂ ପ୍ରଚାର କରିଥିବା କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।