ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ମ୍ୟାଚ୍ ସୂଚୀ, ଜାଣନ୍ତୁ କେବେ ଓ କେଉଁଠି ହେବ ମ୍ୟାଚ୍

300

କନକ ବ୍ୟୁରୋ : ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ଟି-୨୦ ବିଶ୍ୱକପ୍ ପାଇଁ ମ୍ୟାଚ୍ ସୂଚୀ ଘୋଷଣା କରିଛି । ଆଇସିସି ପୁରୁଷ ବିଶ୍ୱକପ୍ ଟି-୨୦ ମ୍ୟାଚ୍ ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ମଧ୍ୟରେ ଓମାନ ଓ ୟୁଏଇରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୧୪ ତାରିଖରେ ପାକିସ୍ତାନ ବିରୋଧରେ ଖେଳିବ । ଏହାପରେ ଅକ୍ଟୋବର ୩୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । ଅନ୍ୟପଟେ ତୃତୀୟ ମ୍ୟାଚ୍ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିରୋଧରେ ଖେଳିବ । ଏହାପରେ ଟି-୨୦ ବିଶ୍ୱକପର କ୍ୱାଲିଫାୟାର ଟିମସହ ଭାରତ ୫ ଓ ୮ ନଭେମ୍ବରରେ ଖେଳିବ ବୋଲି ଆଇସିସି ମ୍ୟାଚ ସୂଚୀରେ କୁହାଯାଇଛି ।

ମ୍ୟାଚ୍ ସୂଚୀ : ୨୪ ଅକ୍ଟୋବର- ଭାରତ ବନାମ ପାକିସ୍ତାନ
୩୧ ଅକ୍ଟୋବର- ଭାରତ ବନାମ ନ୍ୟୁଜିଲାଣ୍ଡ
୩ ନଭେମ୍ବର- ଭାରତ ବନାମ ଆଫଗାନିସ୍ତାନ
୫ ନଭେମ୍ବର – ଭାରତ ବନାମ କ୍ୱାଲିଫାୟର ୧
୮ ନଭେମ୍ବର – ଭାରତ ବନାମ କ୍ୱାଲିଫାୟର ୨

ଆଇସିସି ଟି-୨୦ ବିଶ୍ୱକପ୍ ନକଆଉଟ ପର୍ଯ୍ୟାୟ ସୂଚୀ
ନଭେମ୍ବର ୧୦- ସେମି ଫାଇନାଲ-୧
ନଭେମ୍ବର ୧୧- ସେମିଫାଇନାଲ-୨
ନଭେମ୍ବର ୧୪- ଫାଇନାଲ ।

ଏହାସହ ଆଇସିସି ଟି -୨୦ ବିଶ୍ୱକପ ଗ୍ରୁପ
ଗ୍ରୁପ-(ଏ) : ଶ୍ରୀଲଙ୍କା, ଆୟରଲାଣ୍ଡ, ନେଦରଲାଣ୍ଡ, ନାମ୍ବିଆ
ଗ୍ରୁପ-(ବି): ବାଂଲାଦେଶ, ସ୍କଟଲାଣ୍ଡ, ପପୁଆ ନ୍ୟୁ ଗିନି, ଓମାନ

ସୁପର-୧୨
ଗ୍ରୁପ(ଏ) : ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ,ଏ-୧ ଓ ବି-୨
ଗ୍ରୁପ (ବି): ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ,ଆଫଗାନିସ୍ତାନ, ବି-୧, ଏ-୨