କାବୁଲକୁ କବଜା କରିବା ପରେ ଖୁସି ମନାଉଛନ୍ତି ତାଲିବାନୀ : ନୂଆ କରି ଜିମ୍ ଦେଖିଲା ପରି କରୁଛନ୍ତି କସରତ

474

କନକ ବ୍ୟୁରୋ : ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ତାଲିବାନୀମାନେ ଖୁସିଲେ ନାଚିବା ସହ ଦୋଳି ଖେଳିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏହାର କିଛି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଫଗାନିସ୍ତାନର କାବୁଲରେ ଥିବା ଏମ୍ୟୁଜମେଂଟ ପାର୍କରେ ଛୋଟ ପିଲାଙ୍କ ପାଇଁ ଥିବା ଖେଳନା ଗାଡ଼ି ଚଳାଇ ତାଲିବାନୀ ଆତଙ୍କବାଦୀ ମଜା କରୁଥିବା ଦେଖିବାକୁ ମିଳିଛି । ଏହା ସହ ଜିମରେ ଏକ୍ସରସାଇଜ ମଧ୍ୟ କରୁଛନ୍ତି ତାଲିବାନୀ । ତାଲିବାନ ମାନେ ଅଫଗାନିସ୍ତାନକୁ କବଜା କରିବା ପରେ ଲୋକଙ୍କ ମଧ୍ୟରେ ଭୟ ବାତାବରଣ ଦେଖାଦେଇଛି । ଲୋକେ ତାଙ୍କ ଜୀବନ ବଂଚାଇବା ପାଇଁ ନିଜ ନିଜ ଦେଶକୁ ଫେରୁଥିବା ବେଳେ ତାଲିବାନ ମାନେ ଖୁସି ମନାଇଛନ୍ତି ।