କେରଳ ଏବଂ କର୍ଣ୍ଣାଟକରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

100

କନକ ବ୍ୟରୋ : ଦୁଇ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ଏବଂ କେରଳରେ କରୋନା ସଂକ୍ରମଣ ବଢୁଛି । ଦିଲ୍ଲୀ, ମୁମ୍ବାଇରେ କରୋନା ସଂକ୍ରମଣ କମିବା ପରେ ଏହି ଦୁଇ ରାଜ୍ୟରେ ସ୍ଥିତି ବେକାବୁ ହୋଇଛି । ଗୁରୁବାର ଏହି ଦୁଇ ଦକ୍ଷିଣ ରାଜ୍ୟରେ ୪୩ ହଜାର ଏବଂ ୪୭ ହଜାର କରୋନା ସଂକ୍ରମିତ ଅଧିକ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ୪୭ ହଜାର ୭୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨ ହଜାର ୧୪୩ ଜଣ ଆରୋଗ୍ୟ ହୋଇଛନ୍ତି ।

ଏହି ଅବଧି ମଧ୍ୟରେ ୨୯ ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ରାଜ୍ୟରେ ପଜିଟିଭିଟି ରେଟ୍ ୧୮.୪୮ ପ୍ରତିଶତ ହୋଇଛି । ୨ ଲକ୍ଷ ୯୩ ହଜାର ୨୩୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସେହିପରି କେରଳରେ ୪୩ ହଜାର ୫୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ଉଭୟ ଡେଲଟା ଏବଂ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଣା ଜର୍ଜ କହିଛନ୍ତି । ଆଗାମୀ ତିନି ସପ୍ତାହ କେରଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଦେଶରେ ଦୈନିକ ସଂକ୍ରମଣ ହାର ୧୬ ଦଶମିକ ୪୧ ପ୍ରତିଶତ ରହିଛି ।