କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ : ଜାଣନ୍ତୁ କାହିଁକି ଯୁବ ଓ ମଧ୍ୟ ବୟସ୍କ ହେଉଛନ୍ତି ଅଧିକ ଆକ୍ରାନ୍ତ ?

1,205

କନକ ବ୍ୟୁରୋ : କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଆକ୍ରାନ୍ତଙ୍କୁ ଅକ୍ସିଜେନର ଆବଶ୍ୟକତା ପଡୁଛି । ଆମ ରାଜ୍ୟରେ ମଧ୍ୟ ଗତ କିଛି ଦିନ ହେଲା ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ, ପ୍ରତିଦିନ କିଛି କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ତେବେ ଜାଣନ୍ତୁ କରୋନା ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

ଜଟିଳ ରୋଗ ନଥାଇ କରୋନା ମୃତ୍ୟୁ ?

ଲଗାତର ୩ ଦିନ ୬ ହଜାରରୁ ଅଧିକ ଆକ୍ରାନ୍ତ 

ତାରିଖ         ଆକ୍ରାନ୍ତ        ସୁସ୍ଥ         ମୃତ

୨୪ ଏପ୍ରିଲ    ୬, ୬୪୭    ୨,୪୫୨        ୦୮

୨୩ ଏପ୍ରିଲ   ୬, ୨୧୫     ୨, ୧୬୫       ୦୮

୨୨ ଏପ୍ରିଲ    ୬, ୧୬୪    ୨, ୦୦୯       ୦୭

ରାଜ୍ୟରେ ଯୁବ ଓ ମଧ୍ୟ ବୟସ୍କଙ୍କୁ ଆକ୍ରମଣ କରୁଛି କି କରୋନା ?

– ଗତକାଲି ମୃତ ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବୟସ ୪୨ରୁ ୫୬ ବର୍ଷ

– ଏମାନଙ୍କର କୋମୋର୍ବିଡିଟି ବା ଏକାଧିକ ଜଟିଳ ରୋଗ ନଥିବା ସୂଚନା

– ଏପ୍ରିଲରେ ମୃତ ୫୨ ଜଣଙ୍କ ଭିତରୁ ୧୭ ଜଣଙ୍କ ନାହିଁ ଏକାଧିକ ରୋଗ

– ପ୍ରଥମ ଲହର ବେଳେ କେବଳ ଜଣେ ଏଭଳି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା

– ୨୫ରୁ ୪୫ ବର୍ଷଙ୍କୁ ଅଧିକ ଆକ୍ରମଣ କରୁଛି କରୋନାର ଦ୍ୱିତୀୟ ଲହର

– ୪୦% ଯୁବକ ଓ ୪୫% ମଧ୍ୟ ବୟସ୍କଙ୍କୁ ଟାର୍ଗେଟ କରୁଛି କରୋନା 

– ୬୦ ବର୍ଷରୁ ଅଧିକ ମାତ୍ର ୧୫ ପ୍ରତିଶତ ଦ୍ୱିତୀୟ ଲହରରେ ଆକ୍ରାନ୍ତ

କାହିଁକି ଯୁବ ଓ ମଧ୍ୟ ବୟସ୍କ ହେଉଛନ୍ତି ଅଧିକ ଆକ୍ରାନ୍ତ ?

– ପଶ୍ଚିମ ଓଡିଶାରେ ଅଧିକାଂଶ ଆକ୍ରାନ୍ତଙ୍କ ରହିଛି ଛତିଶଗଡ ଲିଙ୍କ୍

– ଅମ୍ଳଜାନ ଅଭାବ ଦେଖାଦେବାରୁ ଅଧିକାଂଶ ହସ୍ପିଟାଲରେ ଭର୍ତି

– ଅଧିକାଂଶ କରୋନା ଆକ୍ରାନ୍ତଙ୍କ ନିଶା ସେବନ ଅଭ୍ୟାସ ଥିବା ସୂଚନା

– ଯୁବବର୍ଗ କରୋନା ସତର୍କତା ମାନୁନଥିବାରୁ ଅଧିକ ହେଉଛନ୍ତି ଆକ୍ରାନ୍ତ

– ବୟସ୍କମାନେ ଘରେ ରହିବା ସହିତ କରୋନା ପ୍ରତିଷେଧକ ମାନୁଛନ୍ତି

– ରାଜ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି କରୋନା ଟିକା ନେଇସାରିଲେଣି