ନଦୀବନ୍ଧ ମରାମତି କାମରେ ଦୁର୍ନୀତି । ପୁରୀ ଜିଲ୍ଲା ନିମାପଡାରୁ ଆସିଲା ଅଭିଯୋଗ

88

କନକ ବ୍ୟୁରୋ: ନଦୀବନ୍ଧ ମରାମତିରେ ଦୁର୍ନୀତି । କୁଶଭଦ୍ରା ନଦୀବନ୍ଧରେ ମୋରମ୍ ଛିଞ୍ଚି କୋଟି କୋଟି ଟଙ୍କା ହରିଲୁଟ ହୋଇଛି । ପୁରୀ ଜିଲ୍ଲା ନିମାପଡାରୁ ନାହପୁର ଯାଏଁ ନଦୀବନ୍ଧ ମରାମତି କାମ ଅତି ନିମ୍ନମାନର କରି ସରକାରୀ ଟଙ୍କା ଚଳୁ କରିଥିବା ଅଭିଯୋଗ କରିଛନ୍ତି ନଦୀକୂଳିଆ ବାସିନ୍ଦା । ନିୟମ ମୁତାବକ ନଦୀବନ୍ଧରେ ୮ ଇଂଚର ମୋରମ ପଡିବା କଥା, ହେଲେ ଏଠାରେ ଇଂଚେ ଦୁଇ ଇଂଚି ମୋରମ ପକାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା କଥା, ନଦୀବନ୍ଧ ମରାମତି ଚାଲୁଥିବା ବେଳେ ଜଳସଂପଦ ବିଭାଗର ଅଧିକାରୀ ଆସୁନଥିବାରୁ ଠିକାଦାର ମନ ଇଛା କାମ କରୁଛନ୍ତି ।

ନିମ୍ନମାନର ରାସ୍ତା କାମକୁ ନେଇ ସ୍ଥାନୀୟ ଲୋକେ ନିମାପଡା ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ. ଗୋପ ଜଳସଂପଦ ବିଭାଗର ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ଅବଗତ କରାଇଛନ୍ତି । ହେଲେ ସେମାନେ ଏହାକୁ ଗୁରୁତର ସହ ନେଉନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଲୋକେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ କୁଶଭଦ୍ରା ନଦୀବନ୍ଧ ମରାମତି ଘଟଣାରେ ହୋଇଥିବା ଘୋଟାଲା ସଂପର୍କରେ ବିଭାଗୀୟ ଅଧିକାରୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ରାଜି ହେଉନାହାନ୍ତି ।